Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଦୁଇ ବ୍ରାଉନସୁଗାର ମାଫିଆ ଗିରଫ : ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଓ ବାଇକ୍ ଜବତ

29/07/2019 at 1:09 PM

ପାରାଦୀପ ୨୯/୭: କୁଜଙ୍ଗ ପୋଲିସକୁ ମିଳିଲା ସଫଳତା । ଦୁଇ ବ୍ରାଉନସୁଗାର ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀର୍ଘଦିନ ହେବ ପାରାଦୀପ ଓ ତାର ଆଖପାଖ ଅଞ୍ଚଳରେ ବ୍ରାଉନସୁଗାର ବେପାର ବେଧଡ଼କ ଭାବେ ଚାଲୁଥିବାବେଳେ କୁଜଙ୍ଗ ପୋଲିସ ଏହି ବେପାରୀ ମାନଙ୍କ ଉପରେ ନଜର ରଖି ଆସୁଥିଲା। ତେବେ ଗତକାଲି ତାଳଦଣ୍ଡା ଜନାପାଳ ଅଞ୍ଚଳରେ ଏହି ଦୁଇ ଜଣ ଖୁଲମଖୁଲା ଭାବରେ ବ୍ରାଉନସୁଗାର ବେପାର କରୁଥିବା ବେଳେ  କୌଣସି ସୂତ୍ରରୁ କୁଜଙ୍ଗ ପୋଲିସ ଖବର ପାଇ ସାଧା ପୋଷାକରେ ଯାଇ ଦୁଇ ଜଣଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଓ ଏକ  ଆପାଚୀ ମୋଟରସାଇକେଲ ଜବତ କରିଛି।

ଏହି ଦୁଇ ଜଣ ହେଲେ ପଙ୍ଗପାଳ ଅଞ୍ଚଳର ସୁଦିପ୍ତ ପ୍ରଧାନ ଓ ବିଜୟ ମଲ୍ଲିକ ବୋଲି ଜଣାପଡିଥିବା ବେଳେ ଦୀର୍ଘଦିନ ହେବ ଏହି ଦୁଇ ଜଣ ପାରାଦୀପ, କୁଜଙ୍ଗ, ରାହାମା ଭଳି ଅଞ୍ଚଳରେ ବ୍ରାଉନସୁଗାର ବେପାର କରି ଆସୁଥିଲେ । ତେବେ ଆଜି କୁଜଙ୍ଗ ପୋଲିସ ଏହି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଏମାନଙ୍କ ସହିତ ଆଉ କିଏ ଅଛନ୍ତି ତାହାର ତଦନ୍ତ କରାଯିବ ବୋଲି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ପ୍ରକାଶ କରିଛନ୍ତି।

   Related Posts