ଲୁଣାନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ଦୁଇ ଭାଇ ମୃତ

Published By : Prameya-News7 Bureau | September 17, 2021 IST

ନିମାପଡା, ୧୭/୦୯: ପୁରୀ ଡେଲାଙ୍ଗରେ ଏକ ଅଭାବନୀୟ ଘଟଣା ଘଟିଛି । ନଦୀରେ ବୁଡି ଦୁଇ ଭାଇଙ୍କର ମୃତ୍ୟୁ ହୋଇଛି । ଦୁଇ ଭାଇ ଧାନକେରା ଗ୍ରାମ ପଞ୍ଚାୟତର ନାଗଣ ଗ୍ରାମର ହୋଥିବା ଜଣାପଡ଼ିଥିବା ବେଳେ ସେମାନେ ଗାଁ ନିକଟ ଲୁଣା ନଦୀରେ ଗାଧୋଉଥିବା ବେଳେ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ବୟସ ୭ବର୍ଷ ହୋଇଥିବା ବେଳେ ଆଉ ଜଣେ ୩ ବର୍ଷର ହୋଇଥିବା ଜଣାପଡ଼ିଛି । ଉଭୟଙ୍କୁ ଭୁବନେଶ୍ୱର ଶିଶୁ ଭଵନକୁ ନିଆଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.