Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ବୁଧବାର ମୁଖ୍ଯ ଅଭିଯୁକ୍ତ ବିବନର ହେବ ଟିଆଇ ପରେଡ
  • ||
  • ଭୁବନେଶ୍ବର : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା, ମୁଖ୍ଯ ଅଭିଯୁକ୍ତ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ
  • ||
  • ଆଠଗଡ : ଟାୟାର ଫାଟି ଓଲଟିଲା ଟ୍ରକ୍, ଡ୍ରାଇଭର ଆହତ
  • ||
  • ବାଲେଶ୍ବର : ସୋସିଆଲ୍ ମିଡିଆରେ ସ୍ତ୍ରୀର ଉଲଗ୍ନ ଫଟୋ : ସ୍ବାମୀକୁ ଗିରଫ କରି ଦଫା ଲଗାଇଛି ପୋଲିସ, ଅଭିଯୁକ୍ତ କହୁଛି- ମୁଁ ଅପଲୋଡ୍ କରିନି
  • ||
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||

କ୍ଷେତକୁ ପାଣି ମଡାଇବାକୁ ଯାଇଥିଲେ, ମିଳିଲା ମୃତଦେହ : ବାର୍‌ହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ୨ ଭାଇଙ୍କ ମୃତ୍ୟୁ, ଜମି ମାଲିକ ଅଟକ

5/09/2020 at 7:57 PM

ସାନଖେମୁଣ୍ଡି, ୦୫।୦୯: ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନା ଅନ୍ତର୍ଗତ ସିଙ୍ଗିପୁରୁ ଗ୍ରାମର ଏକ ବୁଦାରୁ ଦୁଇ ଭାଇଙ୍କ ମୃତଦେହ ଉଦ୍ଧାର ହୋଇଛି । ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାରରେ ଫସି ସେମାନଙ୍କ ଜୀବନ ଯାଇଥିବା ସନ୍ଦେହ କରାଯାଉଛି ।

ସୂଚନା ମୁତାବକ, ସିଙ୍ଗିପୁରୁ ଗ୍ରାମର ଦୁଇ ଭାଇ ରମେଶ ମୁନି(୫୫) ଓ ମଗୁଳୁ ମୁନି (୫୨) ଶନିବାର ରାତ୍ର ୯ ଘଂଟା ସମୟରେ ନିଜ ବିଲକୁ ପାଣି ମଡାଇଵା ପାଇଁ ଯାଇଥିଲେ । ତେବେ ଶନିବାର ଦିନ ୧୨ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ  । ତେଣୁ ଘର ଲୋକେ ଵିଲକୁ ଯାଇ ଖୋଜା ଖୋଜି କରିଥିଲେ । ସେମାନେ ମଙ୍ଗୁଳୁଙ୍କ  ମୃତ ଦେହ ଏକ ବୁଦା ଭିତରୁ ଠାବ କରିଥିଲେ । ଏହା ଦେଖି ଘର ଲୋକ ହିଂଜିଳି ଥାନାକୁ ଜଣାଇଥିଲେ । ଏହା ପରେ ଘଟଣା ସ୍ଥଳରେ ପୋଲିସ ପହଁଚି ଅନ୍ୟ ବୁଦା ସବୁକୁ ଖୋଜା ଖୋଜି କରିଥିଲା । ଖୋଜାଖୋଜି ପରେ ରମେଶ ମୁନିଙ୍କ ମୃତଦେହ ଆଉ ଗୋଟିଏ ବୁଦା ମୂଳେ ପଡିଥିବା ଦେଖିବାକୁ ମିଳିଥିଲା ।

ପୋଲିସ ଓ ଗ୍ରାମବାସୀଙ୍କ କହିବାନୁଯାୟୀ, ଵାରହା ମାରିବା ପାଇଁ ବିଛା ଯାଇଥିବା ତାରରେ ଲାଗି ଦୁଇ ଭାଇ ପ୍ରାଣ ହରାଇଛନ୍ତି । ବିଲରେ ତାର ବିଛାଇ ଥିବା ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

   Related Posts