ହରିୟାଣା ବିଧାନସଭା ନିର୍ବାଚନ, ୧୪ ଘଣ୍ଟାରୁ ବି ଅଧିକ ପ୍ରଚାର କରୁଛନ୍ତି ଏହି ୨ ମହିଳା ପ୍ରାର୍ଥୀ, ଜାଣନ୍ତୁ କିଏ

Published By : Prameya-News7 Bureau | October 17, 2019 IST

ପାନିପତ୍:  ପାଖେଇ ଆସୁଛି ବିଧାନସଭା ନିର୍ବାଚନ। ଏବେ ଜୋର ଧରିଛି ପ୍ରଚାର। ପ୍ରାର୍ଥୀଙ୍କ ଆଖିରୁ ନିଦ ହଜିଗଲାଣି। ବିଜେପିର ୨ ନୂଆ ମହିଳା ପ୍ରାର୍ଥୀ ସୋନାଲୀ ଫୌଗାଟ ଓ ନୌକ୍ଷମ ଚୌଧୁରୀ ପ୍ରଥମ ଥର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ସୋନାଲୀ ଟିକ୍ ଟକ୍ କଳାକାର ହୋଇଥିବା ବେଳେ ନୌକ୍ଷମ ଲଣ୍ଡନରୁ ପାଠପଢା ସାରି ଫେରିଛନ୍ତି। ନିର୍ବାଚନ ବୈତରଣୀ ପାର ହେବା ଲାଗି ଏବେ ଦୁଇ ନେତ୍ରୀ ଦୈନିକ ୧୪ ଘଣ୍ଟା ଲେଖାଏଁ ପରିଶ୍ରମ କରୁଛନ୍ତି।

{"id":171194}

ପ୍ରଚାର ମୈଦାନକୁ ଆସିବା ପରେ ହିଁ ଦୁଇ ଜଣଙ୍କ ଜୀବନଶୈଳୀ ବଦଳି ଯାଇଛି। ସୋନାଲି ପ୍ରଚାର ଗାଡିରେ ୫ ମିନିଟ୍ ଲେଖାଏଁ ଶୋଇ ନିଜର ନିଦ ପୁରଣ କରୁଥିବା ବେଳେ ନୈକ୍ଷମଙ୍କ ଗଳା ବସିଯାଇଛି। ହେଲେ ପ୍ରଚାର ବନ୍ଦ କରୁନାହାନ୍ତି। ଦେହରେ ଜ୍ୱର ରହୁଥିଲେ ବି ଔଷଧ ଖାଇ ନୌକ୍ଷମ ପ୍ରଚାର ଚାଳାଇଥିବା ଦେଖାଯାଇଛି। ସୋନାଲୀ ଆଦମପୁରରୁ ପ୍ରାର୍ଥୀ ହୋଇଥିବା ବେଳେ ସବୁଦିନ ସକାଳ ୭ଟାରୁ ନିର୍ବାଚନ ପ୍ରଚାର ଲାଗି ବୁଲିବାକୁ ବାହାରିଯାଉଛନ୍ତି। ତାଙ୍କ ପ୍ରଚାର ରାତି ୧୨ଟା ପର୍ଯ୍ୟନ୍ତ ଚାଲୁଛି। ପରେ ଘରକୁ ଫେରି ରାତି ୨ଟାରେ ଶୋଉଛନ୍ତି।

{"id":171195}

ନିର୍ବାଚନ ଲାଗି ସୋନାଲୀ ଆଉ ଆଗ ଭଳି ଟିକ୍ ଟକ୍ ରେ ଭିଡିଓ ସେୟାରିଂ କରିପାରୁନାହାନ୍ତି। କ୍ୟାମ୍ପେନ ବେଳେ ବି ସମର୍ଥକ ଟିକ୍ ଟକ୍ ଭିଡିଓ ଲାଗି ଫର୍ମାଇସ କରୁଛନ୍ତି। ତେବେ ପ୍ରଚାର ବେଳେ ଅଧିକାଂଶ ଲୋକେ ତାଙ୍କ ସହ ଫଟୋ ଉଠାଇବାକୁ ଆଗ୍ରହୀ ହେଉଥିବା ସୋନାଲୀ କହିଛନ୍ତି। ତେବେ ସବୁ ଲୋକଙ୍କ ସହ ଫଟୋ ଉଠାଇବାସମ୍ଭବ ହୋଇପାରୁନି। ହେଲେ ଯେଉଁମାନଙ୍କ ସହ ଫଟୋ ଉଠାଉଛି ସେମାନଙ୍କୁ ଅଧିକରୁ ଅଧିକ ଲୋକଙ୍କ ସମର୍ଥନ ଜୁଟାଇବାକୁ କହୁଛି ବୋଲି ସୋନାଲୀ କହିଛନ୍ତି। ଏଣୁ ଠିକ୍ ସମୟରେ ତାଙ୍କର ଟିକ୍ ଟକ୍ କାମରେ ଆସିଛି ବୋଲି ସେ ଭାବୁଥିବା ବେଳେ ଭୋଟ ବେଳେ ଜଣାପଡିବ ଫ୍ୟାନଙ୍କ ମତି।

{"id":171196}

ତେବେ ନୌକ୍ଷମଙ୍କ ବିଚାର ଭିନ୍ନ। ସେ ରାଜନୀତିକୁ ଓହ୍ଲାଇବେ କେବେ କଳ୍ପନା ବି କରିନଥିଲେ। ହେଲେ ପୈତୃକ ଗ୍ରାମକୁ ବୁଲି ଆସିଥିବା ବେଳେ ପ୍ରାର୍ଥୀ କରିବା ଲାଗି ଲୋକଙ୍କ ଆଗ୍ରହରୁ ସେମାନଙ୍କ ଲାଗି ଶ୍ୱର ହେବାକୁ ଏହା ତାଙ୍କର ପ୍ରଚେଷ୍ଟାମାତ୍ର ବୋଲି କହିଛନ୍ତି। ଲଣ୍ଡନର ବିଳାଶପୂର୍ଣ୍ଣ ଜୀବନ ଛାଡି ରାଜ୍ୟର ସବୁଠୁ ପଛୁଆ ନିର୍ବାଚନମଣ୍ଡଳୀରୁ ସେ ପ୍ରାର୍ଥୀ ହୋଇଛନ୍ତି। ୨୭ ବର୍ଷ ବୟସ୍କ ନୌକ୍ଷମଙ୍କ ପିତା ଅବସରପ୍ରାପ୍ତ ବିଚାରପତି ଓ ତାଙ୍କ ମା ହରିୟାଣା ସରକାରଙ୍କ ରାଜସ୍ୱ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ନୌକ୍ଷମ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମିରାଣ୍ଡା ହାଉସ୍ କଲେଜରୁ ଇତିହାସରେ ସ୍ନାତକ ହାସଲ କରିଛନ୍ତି। କେବଳ ଏତିକି ନୁହେଁ ଇଟାଲୀରୁ ଲଗଜୁରୀ ବ୍ରାଣ୍ଡ ମ୍ୟାନେଜେଣ୍ଟ ଓ ଲଣ୍ଡନରୁ କମ୍ୟୁନିକେଶନରେ ମାଷ୍ଟରଡିଗ୍ରି ହାସଲ କରିଛନ୍ତି। ନିର୍ବାଚନ ପ୍ରଚାର ଲାଗି ସକାଳ ୭ଟାରେ ଘରୁ ବାହାରୁଥିବା ବେଳେ ରାତି ୧୧ଟା ସୁଦ୍ଧା ଫେରୁଛନ୍ତି। ପରଦିନ ପ୍ରଚାର ଲାଗି ରାତି ୨ଟା ପର୍ଯ୍ୟନ୍ତ ରଣନୀତି ପ୍ରସ୍ତୁତି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.