ଅଡୁଆରେ ବିଜେପିର ଦୁଇ ବିଜେପି ପ୍ରାର୍ଥୀ ଓମ ପ୍ରକାଶ ଏବଂ ରବି ମଲ୍ଲିକ : ଜଣେ ଟଙ୍କା ବାଣ୍ଟିବାକୁ ଯାଇ ହଟହଟା ଅଭିଯୋଗ, ଆଉ ଜଣେ ଫେରାର କିନ୍ତୁ ସୋସିଆଲ ମିଡିଆରେ ହେଉଛନ୍ତି ଆବିର୍ଭାବ

Published By : Prameya-News7 Bureau | April 26, 2019 IST

ଭୁବନେଶ୍ବର୨୬|୪: ରବି ଲ୍ଲିକଙ୍କୁ ଆକ୍ରମଣ ଭିଜୁଆଲ ଭାଇରାଲ  ରାତି ଅଧରେ ହଟହଟା ହେଲେ ରବି ମଲ୍ଲିକ।  କାକଟପୁରରେ ଶ୍ରୀରାମପୁରରେ ଗତକାଲି ରାତିରେ ରବି ମଲ୍ଳିକ ଗାଁକୁ ଯାଇଥିବା ବେଳେ ଗାଁ ଲୋକେ ବିରୋଧ କରିଥିଲେ।  ସେପଟେ ବୁଥରେ ଇଭିଏମ୍ ଭାଙ୍ଗିବା ଘଟଣାରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି ପୋଲିସ। କିନ୍ତୁ ସୋସିଆଲ ମିଡିଆରେ ଆବିର୍ଭୁତ ହୋଇଛନ୍ତି ଓମ ପ୍ରକାଶ।

{"id":107737}

କାକଟପୁରରେ ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ ହଟହଟା ଗାଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । କାକଟପୁର ଶ୍ରୀରାମପୁରରେ ଘଟିଛି ଏପରି ଘଟଣା । ରାତି ପ୍ରାୟ ଗୋଟାଏ ପାଖାପାଖି ରବି ମଲ୍ଲିକ ତାଙ୍କ ସମର୍ଥକଙ୍କ ସହିତ ଏକ ବୋଲେରୋ ଗାଡିରେ  ଶ୍ରୀରାମପୁରରେ ପହଞ୍ଚିଥିଲେ।  ହେଲେ ଏତେ ରାତିରେ କୁଆଡ଼େ ଆସିଛ ବୋଲି ଘେରିଯାଇଥିଲେ ଲୋକେ। ରାତିରେ ଟଙ୍କା ବାଣ୍ଟିବାକୁ ଆସିଥିବା ଅଭିଯୋଗ କରିଥିଲେ। ଗାଡି ଚେକ୍‌ କରିବାକୁ ଜିଦ୍‌ ଧରିଥିଲେ । କିଛି ସମୟ ଧରି ଏପରି ଚାଲିବା ପରେ ରବି ମଲ୍ଲିକ ସେଠାରୁ ତ୍ରାହିତ୍ରାହି ହୋଇ ମୁକୁଳିଥିଲେ।

{"id":107738}

 ସେପଟେ ବୁଥରେ ଇଭିଏମ୍ ଭାଙ୍ଗିବା ଘଟଣାରେ ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ରଙ୍କୁ ଖୋଜୁଛି ପୋଲିସ । ଲୁକ୍ ଆଉଟ୍ ନୋଟିସ୍ ଜାରି କରିବା ସହ ତାଙ୍କ ଘର ଆଗରେ ଲଟକା ଲଗାଇଛି । ଏପଟେ ଫେରାର ଓମ୍‌ ପ୍ରକାଶ ସୋସିଆଲ ମିଡିଆରେ ଦେଖାଦେଇଛନ୍ତି।  ଏକ ଭିଡିଓ ମେସେଜ ଜାରି କରିଛନ୍ତି । କହିଛନ୍ତି ୭ଟି ବୁଥରେ ରିଗିଂ ଏବଂ ବୋଗସ୍ ଭୋଟିଂ ହେଉଥିଲା । ଏମିତି କି ମୃତ ବ୍ୟକ୍ତିଙ୍କ ନାଁରେ ବି ଅନେକ ଭୋଟିଂ ହେଉଥିଲା । ପୁଲିସ୍ ଏବଂ ନିର୍ବାଚନ ଅଧିକାରୀଙ୍କୁ ଜଣାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ତାଙ୍କୁ ଫସାଇ ଦିଆଯାଇଛି ବୋଲି ସେ କହିଛ୍ତି।

{"id":107739}

ସେପଟେ କେନ୍ଦୁଝର ଘସିପୁରାରେ ବୁଥ ରିଗିଂର ଏକ ଭିଜୁଆଲ ଧରି ବିଜେପି ଆଜି ପହଞ୍ଚିଥିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ।  ଘଷିପୁରା ନିର୍ବାଚନମଣ୍ଡଳୀର ଗୋହୀରା ପଞ୍ଚାୟତର ଏକ ବୁଥରେ ଜଣେ ପୋଲିଂ ଅଧିକାରୀ ନିଜେ ବାରମ୍ବାର ମତଦାନ ଦେଉଥିବା ସେମାନେ ଅଭିଯୋଗ କରିଥିଲେ। ଏହାର ସତ୍ୟାସତ୍ୟ ଯାଞ୍ଚ କରିବାକୁ ଦାବି କରିଥିଲେ।

{"id":107740,"align":"center"}

ନିର୍ବାଚନର ତିନିଟି ପର୍ଯ୍ୟାୟ ଶେଷ ହେଲାଣି।  ବିଭିନ୍ନ ସ୍ଥାନରେ ଅନିୟମିତତା ଅଭିଯୋଗ ଆସୁଛି।  ସେପଟେ ଚତୁର୍ଥ ପର୍ଯ୍ୟାୟରେ ଅନିୟମିତତା ଆଶଙ୍କା କରୁଛନ୍ତି ଏକାଧିକ ନେତା। ଯାହାକି ନିର୍ବାଚନ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.