ସୋସିଆଲ ମିଡ଼ିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇ ୨ ବିଜେପି କର୍ମୀ ଗିରଫ

Published By : Prameya-News7 Bureau | March 19, 2019 IST

କୋଲକାତା ୧୯/୩ : କୋଲକାତା ଅନ୍ତର୍ଗତ ଉତ୍ତର ୨୪- ପରଗନା ଜିଲ୍ଲାର ବସିରହାଟ ସଂସଦୀୟ ଆସନର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତଥା ଅଭିନେତ୍ରୀ ନୁସରତ ଜହାଁଙ୍କୁ ଟ୍ରଲ କରିବା ଏବଂ ସୋସିଆଲ ମିଡ଼ିଆରେ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ୨ ବିଜେପି କର୍ମୀ ଗିରଫ ହୋଇଛନ୍ତି | ସୋସିଆଲ ମିଡ଼ିଆରେ ନୁସରତ ଜହାଁଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିଥିଲେ ୨ ବିଜେପି କର୍ମୀ | ଫଳରେ ସୋମବାର ଦିନ ବିଜେପି କର୍ମୀ ଶୁଭେନ୍ଦୁ ଚକ୍ରବର୍ତ୍ତୀ ଏବଂ ତନ୍ମୟ ଵାଲାଙ୍କୁ ଗିରଫ କରିଛି ପୋଲିସ | ଆଇପିସି ଧାରା ୧୨୦/ବି ଏବଂ ୫୦୫୦/୨ ରେ ୨ ବିଜେପି କର୍ମୀଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଛି |

{"id":94952}


ବଙ୍ଗାଳି ଫିଲ୍ମର ୨ ଶୀର୍ଷ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜହାଁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଲଗାତାର ଉଭୟଙ୍କୁ ସୋସିଆଲ ମିଡ଼ିଆରେ ଟ୍ରଲ କରାଯାଉଛି | ଏହା ପୂର୍ବରୁ ପ୍ରଦେଶ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷ କହିଥିଲେ ଯେ, ତୃଣମୂଳର ମହିଳା ପ୍ରାର୍ଥୀ, ଯିଏ ଫିଲ୍ମରେ କାମ କରନ୍ତି ତାଙ୍କୁ ତାଙ୍କ ଭୂମିକା ପାଇଁ ଟ୍ରଲ କରାଯାଉଛି | ତାଙ୍କର ଏହି ମନ୍ତବ୍ୟକୁ ଆରମ୍ଭ ହୋଇଥିଲା ବିବାଦ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.