ଜନ୍ମଦିନ ଅବସରରେ ମୁକେଶ ଅମ୍ବାନୀଙ୍କୁ ମିଳିଲା ୨ଟି ଉପହାର : ସାରା ଦୁନିଆରେ ହେଲା ଚର୍ଚ୍ଚା

Published By : Prameya-News7 Bureau | April 19, 2019 IST

ମୁମ୍ବାଇ ୧୯/୪ : ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ୬୨ ତମ ଜନ୍ମଦିନ | ଦୁନିଆର ଧନୀ ଲୋକଙ୍କ ମଧ୍ୟରୁ ଜଣାଶୁଣା ମୁକେଶ ଅମ୍ବାନୀ | ମୁକେଶ ଅମ୍ବାନୀଙ୍କୁ ଜନ୍ମଦିନ ପୂର୍ବରୁ ୨ଟି ବଡ ଜନ୍ମଦିନ ଉପହାର ମିଳିଛି |

{"id":104971}


ମୁକେଶ ଅମ୍ବାନୀଙ୍କୁ ପ୍ରଥମ ଉପହାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜର କାରବାର ଫଳସ୍ୱରୂପ ମିଳିଛି | ଆର୍ଥିକ ବର୍ଷ ୨୦୧୮-୧୯ରେ ରିଲାଏନ୍ସ କମ୍ପାନୀକୁ ଚତୁର୍ଥ ପର୍ଯ୍ୟାୟ ଶୁଦ୍ଧ ଲାଭ ୯.୮ ପ୍ରତିଶତ ବଢି ୧୦,୩୬୨ କୋଟି ଟଙ୍କା ହୋଇଛି | କୌଣସି ଘରୋଇ ଭାରତୀୟ କମ୍ପାନୀର ଏହା ହେଉଛି ସବୁଠାରୁ ଅଧିକ ଲାଭ | ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅନୁଯାୟୀ, କଞ୍ଚା ତୈଳ ଶୋଧନ ଏବଂ ପେଟ୍ରୋ ରସାୟନ କାରବାରରେ ଦୁର୍ବଳ ପ୍ରଦର୍ଶନ ସତ୍ୱେ କ୍ଷୁଦ୍ର ଏବଂ ଦୂର ସଂଚାର କାରବାରରେ ବୃଦ୍ଧି ଯୋଗୁଁ କମ୍ପାନୀ ଲାଭବାନ ହୋଇଛି |

{"id":104972}


ଏହାଛଡା ଜିଓ ଗ୍ରାହକଙ୍କ ସଂଖ୍ୟା ୩୦ କୋଟିରେ ପହଂଚିଛି | ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ଡ଼ିକ ବର୍ଷ ୨୦୧୮-୧୯ରେ ୩୯,୫୮୮ କୋଟି ଟଙ୍କା ଲାଭ ପାଇଛି | ଆର୍ଥିକ ବର୍ଷ ୨୦୧୮-୧୯ ରେ ଏଇଲାଇନ୍ସ କମ୍ପାନୀ ମୋଟ ୬,୨୨,୮୦୯ କୋଟି ଟଙ୍କା ବ୍ୟବସାୟ କରିଛି |

{"id":104973}


ବୁଧବାର ଦିନ ଟାଇମ୍ସ ମାଗାଜିନ ମୁକେଶ ଅମ୍ବାନୀଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛି | ମାଗାଜିନ ଦୁନିଆର ୧୦୦ ଜଣ ପ୍ରଭାବଶାଳୀ ଲୋକଙ୍କ ତାଲିକାରେ ମୁକେଶ ଅମ୍ବାନୀଙ୍କ ନାଁ ସାମିଲ କରିଛି | ଟାଇମ୍ସ ମାଗାଜିନ ପାଇଁ ମୁକେଶ ଅମ୍ବାନୀଙ୍କ ପ୍ରୋଫାଇଲ ମହିନ୍ଦ୍ରା ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଲେଖିଥିଲେ | ମହିନ୍ଦ୍ରା କହିଥିଲେ ଯେ, ମୁକେଶ ଅମ୍ବାନୀଙ୍କ ପିତା ଧିରୁଭାଇ ଅମ୍ବାନୀ ଭାରତୀୟ ଉଦ୍ୟୋଗ ଜଗତର ଜଣେ ଦୂରଦର୍ଶୀ ଉଦ୍ୟୋଗପତି ଭାବେ ଗଣା ଯାଉଥିଲେ | କିନ୍ତୁ ପିତାଙ୍କ ତୁଳନାରେ ମୁକେଶ ଅମ୍ବାନୀ ଅଧିକ ମହତ୍ୱକାଂକ୍ଷୀ ବୋଲି କହିଛନ୍ତି ମହିନ୍ଦ୍ରା | ସେ ସବୁ କାମ ନିଜ ପିତାଙ୍କ ଆଶୀର୍ବାଦରୁ ଆରମ୍ଭ କରନ୍ତି |

{"id":104974,"width":563,"height":371}


ଟାଇମ୍ସ ମାଗାଜିନ ତାଲିକାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପୋପ ଫ୍ରାନ୍ସିସ, ଚୀନ ରାଷ୍ଟ୍ରପତି ସି ଚୀନଫିଙ୍ଗ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ଗଲ୍ଫ ଖେଳାଳୀ ଟାଇଗର ବୁଡ଼ସ ଏବଂ ଫେସବୁକ ସଂସ୍ଥାପକ ମାର୍କ ଜୁକରବର୍ଗଙ୍କ ନାଁ ସାମିଲ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.