ବାଇକକୁ ଧକ୍କା ଦେଲା ବାଇକ ; ଜଣେ ମୃତ, ୩ ଆହତ
25/07/2018 at 8:38 AM

ପୁରୀ ଜିଲ୍ଲା ଗୋପ ବ୍ଲକ ନିକଟରେ ମର୍ମାନ୍ଦୁତ ଦୁର୍ଘଟଣା ଘଟିଛି |୨ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି | ମୃତକ ଜଣକ ହେଲେ ଆଠଗଡ଼ ରାସୋଲ ଅଂଚଳର ପ୍ରଦୀପ ସାହୁ | ଜଣେ ସାଙ୍ଗଙ୍କ ସହ କୋଣାର୍କ ବୁଲିବାକୁ ଆସିଥିଲେ ପ୍ରଦୀପ | ତେବେ ଭାରସାମ୍ୟ ହରାଇ ବାଇକଟି ଆଉ ଗୋଟେ ବାଇକକୁ ଧକ୍କା ଦେଇଥିଲା | ଘଟଣାସ୍ଥଳରେ ହିଁ ପ୍ରଦୀପଙ୍କ ମୃତ୍ୟୁ ହୋଇଥିଲା | ଅନ୍ୟ ୩ ଜଣ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି |
Related Posts
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021