Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଗାଈକୁ ଧକ୍କା ଦେଇ ଦ୍ରୁତ ଗତିରେ ପଳାଇଲେ ଦୁଇ ବାଇକ୍‌ ଆରୋହୀ, ରାସ୍ତାରେ ପଡ଼ିଛି ହେଲମେଟ ତା ଭିତରେ ବନ୍ଧୁକ

23/09/2021 at 8:48 PM

ଭଦ୍ରକ, ୨୩।୦୯: ଗାଈକୁ ଧକ୍କା ଦେଇ ଦୁଇ ଯୁବକ ପଡ଼ିଯିବା ପରେ ବାଇକ୍‌ରୁ ଉଠି ତରବର ହୋଇ ପଳାଇଥିବା ଜଣାପଡ଼ିଛି । ସେହି ସମୟରେ ସେମାନେ ହାତରେ ଧରିଥିବା ହେଲମେଟ ସହ ବନ୍ଧୁକ ତଳେ ଖସିପଡ଼ିଥିଲା । ରାସ୍ତା କଡ଼ରୁ ଉଠି ହେଲମେଟ ସହ ବନ୍ଧୁକକୁ ଛାଡି ଦୁହେଁ ବାଇକ୍‌ ନେଇ ଚାଲିଯାଇଛନ୍ତି ।

ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଆନନ୍ଦପୁର ଦେଇ ଯାଇଥିବା ରାଜ୍ୟ ରାଜପଥରେ ଏମିତି ଘଟଣା ଘଟିଛି । ଦୁଇଜଣ ଯୁବକ ଆନନ୍ଦପୁର ପଟରୁ ଭଦ୍ରକ ଆଡକୁ ଆସୁଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ରାନ୍ଦିଆ ନିକଟରେ ଏକ ଗୋରୁ ସହ ଧକ୍କା ହୋଇଥିଲା । ଏଥିରେ ଦୁଇ ଯୁବକଙ୍କ ହାତରେ ଥିବା ହେଲମେଟ ଓ ବନ୍ଧୁକ ଖସି ପଡ଼ିଥିଲା । ଦୁଇ ଯୁବକ ବନ୍ଧୁକ ଓ ହେଲମେଟ ନ ନେଇ ଦ୍ରୁତ ଗତିରେ ପଳାଇଲେ । ତେବେ ସ୍ଥାନୀୟ ଲୋକେ ଗ୍ରାମାଞ୍ଚଳ ପୋଲିସକୁ ଖବର ଦେଇଛନ୍ତି ।

   Related Posts