Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା

17/10/2021 at 7:36 PM

ଶ୍ରୀନଗର ୧୭/୧୦ : ଜାମ୍ମ କାଶ୍ମୀରରେ ସେନାକୁ ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଦେଇଚାଲିଚନ୍ତି ଆତଙ୍କବାଦୀ । ଭାରତୀୟ ସେନାକୁ ଖାତିର ନକରି ହତ୍ୟା ପରେ ହତ୍ୟା କରିଚାଲିଛନ୍ତି । ରବିବାର ପୁଣି ଥରେ ୨ ଜଣ ଅଣ କାଶ୍ମୀରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଆତଙ୍କୀ । କାଶ୍ମୀରରେ ଏବେ ଆତଙ୍କବାଦୀଙ୍କୁ ଟାର୍ଗେଟରେ ଅଣ-କାଶ୍ମୀରୀ । କୁଲଗାମ ଜିଲ୍ଲାରେ ରହୁଥିବା ବିହାରର ୨ ଜଣ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀମାନେ ଘର ଭିତରେ ପଶି ହତ୍ୟା କରିଛନ୍ତି ।

ସେନା ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କଡାକଡି କରାଯାଇଛି । ସେଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଜଣାପଡିବା ପରେ ଅପରେସନ ଜୋରଦାର କରାଯାଇଛି । କୁଲଗାମରେ ଆତଙ୍କବାଦୀମାନେ ହତ୍ୟା କରିଥିବା ୨ ଶ୍ରମିକ ହେଉଛନ୍ତି ବିହାରର ରାଜା ଏବଂ ଯୋଗିନ୍ଦର । ଏହା ବାଦ୍‌ ଗୁରୁତର ହୋଇଥିବା ବ୍ୟକ୍ତି ହେଉଛନ୍ତି ଚୁନ୍‌ଚୁନ୍‌ ଦେବ । କିଛି ଦିନ ପୂର୍ବରୁ ଶ୍ରୀନଗରରେ ୨ ଜଣ ଅଣ କାଶ୍ମୀରୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଶ୍ରୀନଗରରେ ରହୁଥିବା ବିହାର ନିବାସୀ ଅରବିନ୍ଦ କୁମାର ଏବଂ ଉତ୍ତର ପ୍ରଦେଶର ସଗୀର ଅହମ୍ମଦକୁ ଗୁଳିକରି ହତ୍ୟା କରିଥି​ଲେ ଆତଙ୍କୀ ।

   Related Posts