ଦେଶର ଏହି ଦୁଇ ସହରରେ ଅଛନ୍ତି ସବୁଠାରୁ ଅଧିକ ଚୀନ ନାଗରିକ : ଲଦାଖରେ ହିଂସା ପରେ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

Published By : Prameya-News7 Bureau | June 18, 2020 IST

ନୂଆଦିଲ୍ଲୀ ୧୮/୦୬ : ଭାରତ-ଚୀନ ସୀମାରେ ଗଲାୱାନ ଘାଟିରେ ହିଂସା ଘଟଣାରେ ଭାରତୀୟ ସେନାର ୨୦ ଯବାନ ଶହୀଦ ହୋଇଛନ୍ତି | ଏହି ଘଟଣା ପରେ ଦେଶରେ ଜନତା କ୍ରୋଧିତ ହୋଇ ଅଛନ୍ତି | ଚୀନ ସାମଗ୍ରୀ ବହିଷ୍କାର କରିବାକୁ ଲୋକଙ୍କୁ ଅପିଲ କରାଯାଉଛି | ଅପରପକ୍ଷରେ ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଚୀନ ନାଗରିକଙ୍କୁ ଭାରତୀୟ ହମଲା କରିବା ନେଇ ଆଶଙ୍କା କରାଯାଉଛି | ସବୁଠାରୁ ଅଧିକ ଚୀନ ନାଗରିକ ଗୁଡଗାଓଁରେ ଅଛନ୍ତି | ପାଖାପାଖି ୫ ହଜାର ଚୀନ ନାଗରିକ ଗୁଡଗାଓଁ ର ବିଭିନ୍ନ ବଡ ବଡ କମ୍ପାନୀରେ କାମ କରୁଛନ୍ତି | ଆଉ କିଛି ଚୀନ ନାଗରିକ କୋଲକାତାରେ ବ୍ୟବସାୟ କରୁଛନ୍ତି | ହଠାତ ଲକଡାଉନ ଯୋଗୁଁ ବିମନା ସେବା ବନ୍ଦ ହୋଇଯିବାରୁ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ତବଲିଗି ଜମାତରେ ସାମିଲ ହୋଇଥିବା ଜମାତି ମଧ୍ୟ ଦେଶରେ ଅଛନ୍ତି | 

{"id":287983,"width":576,"height":381,"sizeSlug":"large"}

ଗୁଡଗାଓଁ ପୋଲିସର ପିଆରଓ ସୁଭାଷ ବୋକେନଙ୍କ ସହ ଗୁଡଗାଓଁ କମ୍ପାନୀରେ କାମ କରୁଥିବା ଛୀନ ନାଗରିକଙ୍କ ସୁରକ୍ଷା ନେଇ କଥାବାର୍ତ୍ତା ହୋଇଥିଲେ | ସେ କହିଛନ୍ତି ଯେ ପୋଲିସ ୨୪ ଘଣ୍ଟା ସହରରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି | ତେବେ ବିଶେଷକରି ଚୀନ ନାଗରିକଙ୍କ ସୁରକ୍ଷାକୁ ନେଇ କୌଣସି ଆଦେଶ ଦିଆଯାଇନାହିଁ ବୋଲି ସେ କହିଛନ୍ତି | ତଥାପି ପୋଲିସ ଦିନ ରାତି ତାଙ୍କ ଉପରେ ନଜର ରଖିଛି | ସୁରକ୍ଷା ଦୃଷ୍ଟିରୁ ଯବାନ ମଧ୍ୟ ଆଲର୍ଟ ଅଛନ୍ତି |

କୋଲକାତାରେ ରହୁଥିବା ଚୀନ ନାଗରିକ ନିଜ ନିଜର ବ୍ୟବସାୟ କରୁଛନ୍ତି | ଅଧିକାଂଶ ଚୀନ ନାଗରିକ ଜୋତା ବ୍ୟବସାୟ କରନ୍ତି | ଚୀନ ନାଗରିକଙ୍କ ଦୋକାନ ଖିଦରପୁର, ଧର୍ମତଲ୍ଲା, ବଡ ବଜାର ଓ ବିଲ୍ୱସୁଲ ବଜାରରେ ରହିଛି | 

{"id":287984,"sizeSlug":"large"}

ନିଜାମୁଦ୍ଦିନ ସ୍ଥିତ ତବଲିଗି ଜମାତର ମର୍କଜରେ ଚୀନି ନାଗରିକ ମଧ୍ୟ ସାମିଲ ହୋଇଥିଲେ | ନିକଟରେ ଦିଲ୍ଲୀ ପୋଲିସ ବିଦେଶୀ ଜମାତିଙ୍କ ସହିତ ୭ ଚୀନ ଜମାତିଙ୍କ ବିରୋଧରେ ଦିଲ୍ଲୀ କୋର୍ଟରେ ଚାର୍ଜସିଟ ଫାଇଲ କରାଯାଇଛି | ଏହାଛଡା ଅନ୍ୟ କିଛି ଜମାତି ମଧ୍ୟ ଅଛନ୍ତି ଯେଉଁମାନଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇନାହିଁ | କିନ୍ତୁ ଲକଡାଉନ ଯୋଗୁଁ ବିମାନ ସେବା ବନ୍ଦ ରହିଥିବାରୁ ସେମାନେ ନିଜ ଦେଶକୁ ଫେରି ପାରିନାହାନ୍ତି |   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.