Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

୧ ଲିଟର ପାଣି ମୂଲ୍ୟରେ କିଣି ହେବ ବିରାଟ ଘର, ଦାମ୍‌ ଯେମିତି ଗୁଣ ବି ସେମିତି

13/10/2021 at 6:36 PM

ନୂଆଦିଲ୍ଲୀ  ୧୩/୧୦:  ଦୁନିଆରେ ଏମିତି ମଦ ଅଛି ଯାହାର ଦାମ ବହୁତ ଅଧିକ। କିନ୍ତୁ କେବେ ଶୁଣିଛନ୍ତି ପିଇବା ପାଣିର ଗୋଟିଏ ବୋତଲର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବ। ତେବେ ଜାଣିରଖନ୍ତୁ ବିଶ୍ବରେ ଏମିତି ମହଙ୍ଗା ପାଣି ଅଛି ଯାହାର ଗୋଟିଏ ବୋତଲର ଦାମ ଯେତିକି ସେହି ମୂଲ୍ୟରେ ବହୁ ବଡ଼ ସହରରେ 2 BHK ଫ୍ଲାଟ୍‌ କିଣିହେବ।

୭୫୦ ଏମଏଲ୍‌ ପାଣିର ମୂଲ୍ୟ ୪୫ ଲକ୍ଷ ଟଙ୍କା

ଦୁନିଆର ସବୁଠୁ ଦାମୀ ପାଣିର ନାଁ Acqua di Cristallo Tributo a Modigliani । ଏହାର ଗୋଟିଏ ବୋତଲର ଦାମ୍‌ ୪୫ ଲକ୍ଷ ଟଙ୍କା। ଗୋଟିଏ ବଟଲ୍‌ରେ ଏକ ଲିଟର ପାଣି ବି ରହୁନାହିଁ। ଏହି ବୋତଲରେ ୭୫୦ ମିଲିଲିଟର ପାଣି ରହେ। ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ମୁତାବିକ, ଆକ୍ବା ଦି କ୍ରିଷ୍ଟାଲୋ ଟ୍ରାଇବୁଟୋ ଏ ମୋଡିଗିଲାନି ପାଣିର ଏକ ବୋତର ଦାମ ୬୦ ହଜାର ଡଲାର ଅର୍ଥାତ ୪୫ ଲକ୍ଷ ଟଙ୍କାରୁ ଅଧିକ। ଏହି ପାଣି ଫ୍ରାନ୍ସ ଏବଂ ଫିଜିରେ ମାଟି ତଳେ ଥିବା ଏକ ନ୍ୟାଚୁରାଲ ସ୍ପ୍ରିଙ୍ଗରୁ ବାହାରୁଛି ।

କାହିଁକି ଦାମ ଏତେ ?

ପାଣି ବୋତଲର ଦାମ ଏତେ ଅଧିକ ପଛର  କାରଣ ବି ରହିଛି । ଏହାର ଗୋଟିଏ କାରଣ ହେଉଛି ବୋତଲ । ଯାହାକି ୨୪ କ୍ୟାରେଟ୍‌ ସୁନାରେ ପ୍ରସ୍ତୁତ ହୋଇଛି । ଏହାକୁ ଦୁନିଆର ବେଷ୍ଟ ବଟଲ  ଡିଜାଇନର ଫର୍ନାଡୋ ଆଲ୍ଟାମିରାନୋ ଡିଜାଇନ୍‌ କରିଛନ୍ତି । ବୋତଲ ବ୍ୟତୀତ ଏହି ପାଣିର ସ୍ବାଦ ସାଧାରଣ ପିଇବା ପାଣିଠୁ ବିଲକୁଲ ନିଆରା। ସାମାନ୍ୟ ପାଣି  ତୁଳନାରେ ଏହି ପାଣିରେ ବହୁ ଗୁଣ ଅଧିକ ଏନର୍ଜି ରହିଛି ।  

   Related Posts