ମାର୍ଚ୍ଚ ୩୧ ତାରିଖ ପରେ ଏହି ୨ଟି ସରକାରୀ ବ୍ୟାଙ୍କ ଆଉ ରହିବ ନାହିଁ : ଜାଣନ୍ତୁ କେଉଁ ବ୍ୟାଙ୍କ

Published By : Prameya-News7 Bureau | February 24, 2019 IST

ଦିଲ୍ଲୀ ୨୪/୨ : ଅର୍ଥ ମନ୍ତ୍ରାଳୟ ସମ୍ଭାଳିବା ପରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ବ୍ୟାଙ୍କକୁ ନେଇ ଏକ ବଡ ଘୋଷଣା କରିଛନ୍ତି | ବ୍ୟାଙ୍କ ଠିକ ଭାବେ ଏବଂ ସୁଚାରୁ ରୂପେ କାମ କରିବା ପାଇଁ ଦେଶର କେତେକ ବଡ ବଡ ବ୍ୟାଙ୍କର ହିଁ ଆବଶ୍ୟକତା ରହିଛି | ଭାରତୀୟ ଷ୍ଟେଟ ବ୍ୟାଙ୍କ ସହିତ ତାର ୫ଟି ସହଯୋଗୀ ବ୍ୟାଙ୍କ ଏବଂ ଭାରତୀୟ ମହିଳା ବ୍ୟାଙ୍କ ୨୦୧୭ ମର୍ଜ ହେବାପରେ ସରକାର ଚଳିତ ବର୍ଷ ଦେନା ବ୍ୟାଙ୍କ, ବିଜୟା ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ ବରୋଦାକୁ ମର୍ଜ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି |

{"id":88157}


ଅନ୍ତରୀଣ ବଜେଟ ପରେ ଆରବିଆଇ ନିର୍ଦେଶକ ମଣ୍ଡଳଙ୍କ ସହ ହେବାକୁ ଥିବା ପରମ୍ପରାଗତ ବୈଠକକୁ ସମ୍ବୋଧିତ କରି ଅରୁଣ ଜେଟଲୀ କହିଥିଲେ ଯେ, ଏସବିଆଇ ମର୍ଜ ହେବାର ଅନୁଭବ ତାଙ୍କ ପାଖରେ ଅଛି ଏବଂ ଏବେ ବ୍ୟାଙ୍କ କ୍ଷେତ୍ର ଆଉ ଏକ ମର୍ଜ ହେବାକୁ ଯାଉଛି |

{"id":88158,"width":580,"height":386}


ସେ କହିଛନ୍ତି ଯେ, ଯଦି ବ୍ୟାଙ୍କ କଥା କୁହାଯାଏ ତାହେଲେ ଦେଶକୁ କେତେକ ବଡ ବଡ ବ୍ୟାଙ୍କର ହିଁ ଆବଶ୍ୟକତା ରହିଛି | କରଜ ଦରକୁ ନେଇ ବଡ ପରିମାଣର ମିତଵ୍ୟୟିତାର ଅନୁକୂଳ ଉପଯୋଗର ଲାଭ ଉଠାଇବାରେ ସାହାଯ୍ୟ ମିଳିବ |
କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳ ଗତ ମାସରେ ଦେନା ବ୍ୟାଙ୍କ, ବିଜୟା ବ୍ୟାଙ୍କକୁ ବ୍ୟାଙ୍କ ଅଫ ବରୋଦା ସହ ମର୍ଜ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି | ଏହାପରେ ଏସବିଆଇ ଏବଂ ଆଇସିଆଇସିଆଇ ବ୍ୟାଙ୍କ ପରେ ଏହା ଦେଶର ତୃତୀୟ ବଡ ବ୍ୟାଙ୍କ ହେବ | ଏହି ୩ଟି ବ୍ୟାଙ୍କ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ମର୍ଜ ହୋଇଯିବ | ଏହି ମର୍ଜ ପରେ ସାର୍ବଜନିକ କ୍ଷେତ୍ରରେ ବ୍ୟାଙ୍କଗୁଡିକର ସଂଖ୍ୟା କମିଯାଇ ୧୮ ହୋଇଯିବ |

{"id":88159,"width":587,"height":435}


କେନ୍ଦ୍ର ସରକାରଙ୍କ ତରଫଏଓ ସୂଚନା ମିଳିଛି ଯେ, ଏହି ୩ଟି ବ୍ୟାଙ୍କ ମର୍ଜ ହେବା ଦ୍ୱାରା ବ୍ୟାଙ୍କ କର୍ମଚାରୀଙ୍କ ଉପରେ କୌଣସି ପ୍ରଭାବ ପଡ଼ିବନାହିଁ | କୌଣସି କର୍ମଚାରୀଙ୍କ ଚାକିରୀ ଯିବନାହିଁ | କାରଣ ଦେନା ବ୍ୟାଙ୍କ ଏବଂ ବିଜୟା ବ୍ୟାଙ୍କର କର୍ମଚାରୀଙ୍କୁ ବ୍ୟାଙ୍କ ଅଫ ବରୋଦାକୁ ଟ୍ରାନ୍ସଫର କରିଦିଆଯିବ |

{"id":88160}


ଗତବର୍ଷ ସେପ୍ଟେମ୍ବର ମାସରେ ସରକାର ବ୍ୟାଙ୍କିଙ୍ଗ କ୍ଷେତ୍ରରେ କିଛି କିଛି ସୁଧାର ଆଣିବା ପାଇଁ ପ୍ରୟାସ କରିଥିଲେ | ଏହି ପ୍ରୟାସ ପରେ ବ୍ୟାଙ୍କ ଅଫ ବରୋଦା ଦେଶର ତୃତୀୟ ବଡ ବ୍ୟାଙ୍କ ହୋଇଯିବ | ବ୍ୟାଙ୍କ ଅଫ ବରୋଦା ପାଖରେ ୧୪.୮୨ ଲକ୍ଷ କୋଟି ଟଙ୍କାର ସଂଯୁକ୍ତ କାରବାର ହେବ |

{"id":88161,"width":580,"height":430}


ସୂଚନାଯୋଗ୍ୟ ଯେ, ଗତ ୨ ବର୍ଷ ଭିତରେ ଦ୍ୱିତୀୟଥର ପାଇଁ ସରକାର ବ୍ୟାଙ୍କଗୁଡିକ ମର୍ଜ କରାଯାଉଛି | ଏହା ପୂର୍ବରୁ ୨୦୧୭ ମସିହା ଏପ୍ରିଲ ମାସରେ ଏସବିଆଇ ସହ ଏହାର ୫ଟି ସହଯୋଗୀ ବ୍ୟାଙ୍କ ଏବଂ ମହିଳା ବ୍ୟାଙ୍କକୁ ମର୍ଜ କରାଯାଇଥିଲା | ଏହାପରେ ଷ୍ଟେଟ ବ୍ୟାଙ୍କ ଦେଶର ସବୁଠାରୁ ବଡ ବ୍ୟାଙ୍କ ହୋଇଯାଇଥିଲା | ଏହାସହ ଦୁନିଆର ୫୦ ସର୍ବଶ୍ରେଷ୍ଠ ବ୍ୟାଙ୍କ ତାଲିକାରେ ସାମିଲ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.