Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

କଟକ ଭୁବନେଶ୍ବର ରାସ୍ତାରେ ୨ଟି ବସରୁ ୨୦ବସ୍ତା କଏନ୍ ଜବତ ଘଟଣା; କଏନ କାହାର ପତ୍ତା ପାଉନି ଜିଏସଟି ଟିମ

15/01/2019 at 7:29 PM

ଭୁବନେଶ୍ବର୧୫|୧: କଟକ ଭୁବନେଶ୍ବର ରାସ୍ତାରେ ୨ଟି ବସରୁ ୨୦ବସ୍ତା କଏନ୍‌ ଜବତ କଲା କେନ୍ଦ୍ରୀୟ ଜିଏସଟି ବିଭାଗର ଟିମ୍‌ । କୋଲକାତାରୁ ଭୁବନେଶ୍ବର ଆସୁଥିବା ଏହି ବସ ୨ଟିକୁ ସିଜ୍‌ କରିବା ସହ ଡ୍ରାଇଭର ଓ କଣ୍ଟକ୍ଟରଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ଏତେ ପରିମାଣର ମୁଦ୍ରା କିଏ ଏବଂ କାହିଁକି ନେଉଥିଲା ତାର ଛାନଭିନ୍‌ କରୁଛି ତଦନ୍ତକାରୀ ଟିମ୍‌ । …..

କୋଲକାତାରୁ ଭୁବନେଶ୍ବର ଆସୁଥିବା ବସରୁ ଜବତ ହେଲା ବସ୍ତା ବସ୍ତା କଏନ୍‌ । ଆଜି କଟକ-ଭୁବନେଶ୍ବର ରାସ୍ତାରେ ୨ଟି ବସରୁ ୨୦ବସ୍ତା କଏନ୍‌ ଜବତ କରିଛି କେନ୍ଦ୍ରୀୟ ଜିଏସଟି ବିଭାଗର ଟିମ୍‌ । କୋଲକାତା ବାବୁଘାଟରୁ ଭୁବନେଶ୍ବର ଆସୁଥିବା ଚକାଡୋଳା ଓ ସାହିଲ ବସ ଦୁଇଟିକୁ ଜବତ କରିବା ସହ ସଂପୃକ୍ତ ବସ ଡ୍ରାଇଭର ଓ କଣ୍ଟକ୍ଟରକୁ ଅଟକ ରଖି ପଚରା ଉଚରା ଚଳାଇଛି ତଦନ୍ତକାରୀ ଟିମ୍‌ । ତେବେ ବସ୍ତା ପିଚ୍ଛା ଦେଢ଼ଶହ ଟଙ୍କା ଭଡ଼ା ମିଳୁଥିବା କଥା ସ୍ବିକାର କରିଛନ୍ତି ବସର ଡ୍ରାଇଭର ।

ମାଲ ଲୋର୍ଡିଂ କରି ମୋଟା ଅଙ୍କର ଭଡ଼ା କମାଇବାରେ ବ୍ୟସ୍ତ ବସ ମାଲିକ । ହେଲେ ମାଲ ପରିବହନ ପାଇଁ ଜିଏସଟି ଫାଙ୍କି ଚାଲିଛି ବେପାର । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଜିଏସଟି ଯାଂଚ ହେଉ ହେଉ ମିଳିଛି ଏମିତି ବସ୍ତା ବସ୍ତା କଏନ୍‌ । ତେବେ ଏହି କଏନ୍‌ ବସ୍ତା କିଏ କାହା ପାଖକୁ ଏବଂ କେଉଁ ଉଦେଶ୍ୟରେ ପଠାଉଥିଲା ତା’ର ଖୁଲାସା କେବଳ ତଦନ୍ତକାରୀ ଟିମ୍‌ ହିଁ କରିପାରିବ । ହେଲେ ଆମେ ଯାହା ଅନୁମାନ କରୁଛୁ, ଯେହେତୁ ଏବେ ଅନେକ ରାଜ୍ୟରେ କଏନ୍‌ ଅଚଳକୁ ନେଇ ଗୁଜବ ଚାଲିଛି, ତାହାକୁ ନଜରରେ ରଖି ପଶ୍ଚିମବଙ୍ଗରୁ ଏହି କଏନ୍‌ ସବୁକୁ ଓଡ଼ିଶା ପଠାଇଦେବା ଯୋଜନା କରିଛନ୍ତି କିଛି ଲୋକ । ଆଉ ଏହାକୁ ନେଇ କମିଶନ ବେପାର ମଧ୍ୟ ଚାଲିଛି । ଯେହେତୁ ଅନେକ ବ୍ୟାଙ୍କ ମଧ୍ୟ ଏବେ କଏନ ନେବାକୁ ଅମଙ୍ଗ ହେଉଛନ୍ତି ତାକୁ ନଜରରେ ରଖି ବିପୂଳ ପରିମାଣର କଏନ୍‌ ଚାଲାଣ କରାଯାଇଥାଇପାରେ । ଅଧିକ ତଦନ୍ତ ହେଲା ପ୍ରକୃତ କାରଣ ସାମ୍ନାକୁ ଆସିପାରିବ ।

ପ୍ରତ୍ୟେକ ଦିନ ରାଜ୍ୟର ସୀମା ପାରି ହୋଇ ଅନ୍ୟ ରାଜ୍ୟରୁ ହଜାର ହଜାର ବସ ଯାତାୟତ କରୁଛି । ହେଲେ କେଉଁ ଗାଡ଼ିରେ କି କି ଜିନିଷ ସବୁ ଚାଲାଣ ହେଉଛି ତା’ର ଠିକ୍‌ ଭାବେ ଯାଂଚ କରାଯାଉନାହିଁ । ଟ୍ରକ୍‌ ଗୁଡ଼ିକୁ ଯାଂଚ କରାଯାଉଥିଲେ ମଧ୍ୟ ବସ୍ ଗୁଡ଼ିକୁ ନଜର ଅନ୍ଦାଜ କରାଯାଉଛି । ଯାହାର ମଉକା ନେଉଛନ୍ତି ବେଆଇନ୍‌ ଚାଲାଣକାରୀ ।

   Related Posts