୧୩ ଜିଲ୍ଲାରେ ଆତଙ୍କ ଖେଳାଇ ଥିବା ଦୁଇ ଅନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ, ଅନ୍ୟ ଦୁଇ ଜଣ ଫେରାର

Published By : Prameya-News7 Bureau | September 15, 2021 IST

ବରଗଡ଼ୃ, ୧୫/୦୯: ଗୋଟେ ଛୁରୀ, ଗୋଟେ ଛୋଟ ପେଚକସ ଓ ଏକ ପେନସିଲ ସାହାଯ୍ୟରେ କରୁଥିଲେ ଏଟିଏମ୍ ଲୁଟ । ଟାର୍ଗେଟରେ ଥିଲେ ନିରୀହ ଲୋକ । ୨ ଜଣ ବାହାରେ ଜଗୁଥିଲେ ଆଉ ଦୁଇଜଣ ପଶୁଥିଲେ ଏଟିଏମ୍ କାଉଣ୍ଟର୍ ଭିତରେ । ଲୋକଙ୍କୁ ସାହାଯ୍ୟ କରିବା ବାହାନାରେ ଲୁଟ କରୁଥିଲେ ହଜାର ହଜାର ଟଙ୍କା । ଏପରି ଏକ ଅନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ବରଗଡ଼ ପୋଲିସ ।

ଗ୍ୟାଙ୍ଗର ୨ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣକରାଯାଇଥିବା ବେଳେ ଅନ୍ୟ ଦୁଇଜଣ ଖସି ପଳାଇଛନ୍ତି । ଗତ କିଛିଦିନ ହେବ ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, ରାୟଗଡା, କଳାହାଣ୍ଡି ବ୍ରହ୍ମପୁର, ବଲାଙ୍ଗୀର ଓ ବରଗଡ଼ ଆଦି ଅଞ୍ଚଳରେ ପ୍ରାୟ ୧୯ରୁ ଅଧିକ ଏଟିଏମ୍ ଲୁଟ କରି ଆତଙ୍କ ଖେଳାଇ ଦେଇଥିଲେ ଉତ୍ତରପ୍ରଦେଶର ୪ ଦୁର୍ବୃତ୍ତ । ଏହି ୪ ଜଣ ଲୁଟେରାଙ୍କ ମଧ୍ୟରୁ ଉତ୍ତରପ୍ରଦେଶ କାନପୁର ଜିଲ୍ଲା ଅନ୍ତର୍ଗତ ଶ୍ୟାମନଗର ଗ୍ରାମର ଅମୃତଲାଲ ଯାଦବଙ୍କ ପୁଅ ବିଜୟ ଯାଦବ ଓ ପଟେଲ ନଗରର ଦିନେଶ୍ୱ କୁମାରଙ୍କ ପୁଅ ଶେଖର ଓରଫ ଶ୍ୟାମଜି ଗୌତମକୁ ବରପାଲି ଥାନା ଅନ୍ତର୍ଗତ ବିଜେପୁର ରୋଡ଼ରେ ଥିବା ଛତାପଥର ନିକଟରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଉତ୍ତରପ୍ରଦେଶ ନମ୍ବର ଥିବା ଗୋଟିଏ ଧଳା ରଙ୍ଗର ଭର୍ଣ୍ଣା କାର, ଗୋଟିଏ ଭୁଜାଲି, ପେଚକସ, ଗୋଟିଏ ଛୁରୀ, ୩ଟି ମୋବାଇଲ ସମେତ ନଗଦ ୧ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି ପୋଲିସ ।

{"id":512084,"sizeSlug":"full","linkDestination":"none"}

ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବରପାଲି ଥାନାରେ ଗୋଟିଏ ମାମଲା ରଜୁ କରାଯାଇ ତଦନ୍ତ ଜାରି ରଖାଯାଇଥିବା ବେଳେ ଅନ୍ୟ ଯେଉଁ ଜିଲ୍ଲା ମାନଙ୍କରେ ଏଟିଏମ୍ ଲୁଟ ହୋଇଛି ସେ ଅଞ୍ଚଳର ଥାନା ମାନଙ୍କ ସହ ଯୋଗାଯୋଗ କରାଯାଉଛି । ଯାହାଫଳରେ ଗ୍ୟାଙ୍ଗର ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯାଇବ ବୋଲି କହିଛନ୍ତି ବରଗଡ଼ ଏସପି ରାହୁଲ ଜୈନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.