ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ : ୪ଟି କଲେଜରେ ଶତପ୍ରତିଶତ ଫଳାଫଳ, ଦୁଇଟି କଲେଜର ଫଳାଫଳ ଶୂନ
21/06/2019 at 6:28 PM

ଭୁବନେଶ୍ୱର ୨୧/୬ : ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ବାଣିଜ୍ୟ ସହ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ । ଏଥର କଳାରେ ପାସ ହାର ୬୫.୮୯ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ ହାର ୭୨.୨୬ ପ୍ରତିଶତ ରହିଛି । ସେହିପରି ବାଣିଜ୍ୟରେ ୨୭ ହଜାର ୨୭୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୮ ହାଜର ୮୨୬ ଜଣ ପାସ କରିଛନ୍ତି । ଗତବର୍ଷ ଅପେକ୍ଷା ଏଥର ପାସ ହାର କମିଛି । …….

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ଏହା ସହ ଧନ୍ଦାମୂଳର ଶିକ୍ଷାର ଫଳାଫଳ ମଧ୍ୟ ପ୍ରକାଶ ପାଇଛି । ଅନୁଷ୍ଠାନିକ ଭାବେ ଫଳାଫଳ ପୁସ୍ତିକା ଉନ୍ମୋଚନ କରିବା ସହ ରେଜଲ୍ଟ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କଳାରେ ପାସ ହାର ୬୫.୮୯ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ ହାର ରହିଛି ୭୦.୨୬ ପ୍ରତିଶତ ।

କଳାରେ ବାଲେଶ୍ବର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୭୫.୬୭% ରହିଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ୪୭.୪୬% ପାସ ହାର ରହିଛି । ବାଣିଜ୍ୟରେ ଖୋର୍ଦ୍ଧାରେ ପାସ୍ ହାର ସର୍ବାଧିକ ୮୬.୮୯% ରହିଥିବା ବେଳେ ଦେବଗଡ଼ରେ ସର୍ବନିମ୍ନ ୨୪.୪୩% ରହିଛି ।

୪ଟି କଲେଜରେ ଶତପ୍ରତିଶତ ଫଳାଫଳ ହୋଇଛି । ଦୁଇଟି କଲେଜରେ ଜଣେ ବି ପରୀକ୍ଷାର୍ଥୀ ପାସ୍ କରି ପାରି ନାହାନ୍ତି । ଏଥିରୁ ଗୋଟିଏ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ଆଉ ଗୋଟିଏ ଯାଜପୁର ଜିଲ୍ଲାର । ବାଣିଜ୍ୟରେ ୨୫ଟି କଲେଜରେ ଶତପ୍ରତିଶତ ରେଜଲ୍ଟ ହୋଇଛି । ୪ଟି କଲେଜରେ ଜଣେ ବି ପିଲା ପାସ୍ କରି ନାହାନ୍ତି । କଳା ଓ ବାଣିଜ୍ୟ ଉଭୟ ପାଠ୍ୟକ୍ରମରେ ଏଥର ପାସ୍ ହାର କମିଛି ।

ଧନ୍ଦାମୂଳକ ଶିକ୍ଷାରେ ୭ହଜାର ୮୪୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ପାସ୍ କରିଛନ୍ତି ୪ ହଜାର ୧୨୬ ଜଣ । ପାସ୍ ହାର ରହିଛି ୫୨.୬୨ ପ୍ରତିଶତ ।ଗତ ବର୍ଷ ତୁଳନାରେ ଏଥର କାହିଁକି କଳା ଓ ବାଣିଜ୍ୟ ପରୀକ୍ଷା ଫଳ କମିଲା, ସେ ନେଇ ତର୍ଜମା କରାଯିବ । ଏଥର ବିଜ୍ଞାନ ପରୀକ୍ଷା ଫଳ ବି ଗତ ବର୍ଷ ଅପେକ୍ଷା କମିଥିଲା ।
