ଜଙ୍ଗଲରେ ଯୁବକ ଯୁବତୀଙ୍କ ଭିଡିଓ ରେକଡିଂ କରି ଭାଇରାଲ କରି ୨ଗିରଫ

Published By : Prameya-News7 Bureau | March 12, 2019 IST

ବଲାଙ୍ଗୀର ୧୨/୩ : ମହଙ୍ଗା ପଡିଲା ଯୁବତୀଙ୍କ ଭିଡିଓ ଭାଇରାଲ କରିବା । ବଲାଙ୍ଗୀର ପୋଲିସ ଭିଡିଓ ଭାଇରାଲ କରିଥିବା ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଦୁଇ ଜଣ ହେଲେ ଖର୍ଲ୍ଲିକାନି ଗାଁର ମନୋଜ ତୁମନିଆ ଓ ଦିଲିପ ବଗର୍ତ୍ତି । ସ୍ଥାନିୟ ମଠଖାଇ ଜଙ୍ଗଳରେ ଯୁବକ ଯୁବତୀ ଦୁହେଁ ଅସଂଜତ ଅବସ୍ଥାରେ ଥିବା ବେଳେ ମନୋଜ ତୁମନିଆ ଓ ଦିଲିପ ବଗର୍ତ୍ତି ମୋବାଇଲରେ ଭିଡିଓ ଉଠାଇଥିଲେ ।

{"id":92768}

ପରେ ଉକ୍ତ ଯୁବତୀଙ୍କ ଠାରୁ ୫୦ ହଜାର ଟଙ୍କା ମଧ୍ୟ ଡିମାଣ୍ଡ କରିଥିଲେ । ଯୁବତୀ ଜଣଙ୍କ ଟଙ୍କା ନଦେବାରୁ ଭିଡିଓଟି ଭାଇରାଲ କରିଦେଇଥିଲେ ଦୁଇ ଅଭିଯୁକ୍ତ । ଏନେଇ ଯୁବତୀ ଜଣକ ସଦର ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.