ଅଣ୍ଡର୍ ଗାର୍‌ମେଣ୍ଟ୍‌ରେ ଲୁଚେଇ ନେଇଯାଉଥିଲେ ୨ କୋଟି ଟଙ୍କାର ସୁନା ବିସ୍କୁଟ : ବସଷ୍ଟାଣ୍ଡରୁ ଗିରଫ

Published By : Prameya-News7 Bureau | July 16, 2020 IST

ମୁଜଫରପୁର ୧୬/୦୭ : ବିହାର ମୁଜଫରପୁର ରାଜସ୍ବ ଗୁଇନ୍ଦା ନିର୍ଦେଶାଳୟ (DRI ) ଟିମ ଏକ ବଡ ସଫଳତା ହାସଲ କରିଛି | ଟିମ ପାଖାପାଖି ୨ କୋଟି ଟଙ୍କାର ସୁନା ଜବତ କରିଛି | ସୁନା ଜବତ ସହ ଦୁଇ ତସ୍କରଙ୍କୁ ମଧ୍ୟ ଗିରଫ କରାଯାଇଛି | ଡିଆରଆଇକୁ ଗୁପ୍ତ ସୂଚନା ମିଳିଥିଲା ଯେ ସିଲିଗୁଡିରୁ ଏକ ସୁନା କନସାଇନମେଣ୍ଟ ଦିଲ୍ଲୀ ପଠାଯାଉଛି | ସୂଚନା ଆଧାରରେ ଡିଆରଆଇ ଟିମ ଗଠନ କରି ଚଢ଼ାଉ କରିଥିଲା |

ଗୁଆହାଟୀରୁ ସୁନା ନେଇ ବାହାରିଥିବା ଦୁଇ ତସ୍କରଙ୍କୁ ଖୋଜି ଖୋଜି ଡିଆରଆଇ ଟିମ ପାଟଣାରେ ପହଞ୍ଚିଥିଲା | ପାଟଣା ଅନ୍ତର୍ଗତ ମିଠାପୁର ବସ ଷ୍ଟାଣ୍ଡରେ ଡିଆରଆଇ ଟିମ ଦୁଇ ତସ୍କରଙ୍କୁ ଗିରଫ କରିଥିଲା | ଉଭୟ ତସ୍କର ଗୁଆହାଟୀର ବୋଲି ଡିଆରଆଇ କହିଛି | କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଉଭୟଙ୍କ ନାଁ ଗୋପନ ରଖାଯାଇଛି | ଦୁଇ ତସ୍କରଙ୍କୁ ଧରି ତାଙ୍କର ତଲାସୀ ନିଆଯାଇଥିଲା | ଦୁଇ ତସ୍କର ନିଜ ଅଣ୍ଡରଗାରମେଣ୍ଟ ଭିତରେ ସୁନା ବିସ୍କୁଟ ଲୁଚାଇ ନେଇଯାଉଥିଲେ | ଦୁଇଜଣଙ୍କ ପାଖରେ ଏକ ବାଇକ ମଧ୍ୟ ଥିଲା | ବାଇକର ହ୍ୟାଣ୍ଡଲରେ ମଧ୍ୟ ସୁନା ବିସ୍କୁଟ ରଖାଯାଇଥିଲା | ସୁନାର ଆନୁମାନିକ ମୂଲ୍ୟ ପାଖାପାଖି ୨ କୋଟି ହେବ ବୋଲି ଡିଆରଆଇ ଅଧିକାରୀ କହିଛନ୍ତି |

ଦୁଇ ଚାଲାଣକାରୀକୁ ଗିରଫ କରି ପଚରାଉଚୁରା କରାଯାଉଛି | ଜବତ ହୋଇଥିବା ସୁନା ମିଆଁମାରର ବୋଲି ଅଧିକାରୀ କହିଛନ୍ତି | ବାଙ୍ଗଲାଦେଶ ଦେଇ ଏହି ସୁନାକୁ ଭାରତକୁ ଅଣାଯାଇଥାଏ ଏବଂ ଦିଲ୍ଲୀରୁ ନେପାଳ ସମେତ ସାରା ଦେଶରେ ପହଞ୍ଚା ଯାଇଥାଏ | ଗିରଫ ଦୁଇ ଟାସ୍କରୀଙ୍କ ଦ୍ୱାରା ଅନେକ ଖୁଲାସା ହୋଇପାରେ ବୋଲି ଆଶା କରାଯାଉଛି | ଗିରଫ ଦୁଇ ତସ୍କର ହାର୍ଡକୋର ଅପରାଧୀ ବୋଲି ଅଧିକାରୀ କହିଛନ୍ତି | କାରଣ ବହୁ ପଚରାଉଚୁରା ପରେ ମଧ୍ୟ ଏମାନେ ମୁହଁ ଖୋଲି ନାହାନ୍ତି | ତେବେ ଟିମ କାମ କରୁଛି ଏବଂ ସମ୍ପୂର୍ଣ ଭାବେ ଏହି ମାମଲାର ଖୁଲାସା କରିବା ଡିଆରଆଇ ଟିମର ଲକ୍ଷ୍ୟ | ଏହି ଗ୍ୟାଙ୍ଗର ଆଉ ଦୁଇ ଜଣ ତସ୍କର ସିଲିଗୁଡିରୁ ଧରା ହୋଇଥିବା ଜଣାପଡିଛି | ଦିଲ୍ଲୀରେ ମଧ୍ୟ ଦୁଇ ତସ୍କରଙ୍କୁ ଚିହ୍ନଟ କରାଯାଇଛି | ଖୁବ ଶୀଘ୍ର ପୁରା ଗ୍ୟାଙ୍ଗର ଖୁଲାସା ହେବ ବୋଲି ଆଶା କରାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.