Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଜୟପୁର ଥାନାରେ ଅଭାବନୀୟ ପରିସ୍ଥିତି: ଡକାୟତି ସନ୍ଦେହରେ ଗିରଫ ଦୁଇଜଣଙ୍କୁ ଛାଡିବା ପାଇଁ ପରିବାର ଲୋକେ କଲେ ହଙ୍ଗାମା

7/01/2019 at 6:25 PM

ଜୟପୁର୭|୧: ଅପରାଧୀଙ୍କୁ ଧରିବା ଆଳରେ ପୋଲିସ ସାଧାରଣ ଲୋକଙ୍କୁ ମଧ୍ୟ ଉଠାଇ ଥାନାରେ ଠୁଙ୍କି ଦେବା ଭଳି ସାଂଘାତିକ ଅଭିଯୋଗ ଆସିଛି ଜୟପୁର ସଦର ଥାନା ଅଂଚଳରୁ । ଏହାକୁ ନେଇ ଆଜି ଥାନାରେ ଖୁବ୍‌ ହଙ୍ଗାମା ବି ଦେଖିବାକୁ ମିଳିଛି । ଗତକାଲି ଡକାୟତି ଉଦ୍ୟମ କରୁଥିବା ଅଭିଯୋଗରେ ୭ଜଣଙ୍କୁ ଅଟକ ରଖିଥିଲା ଜୟପୁର ସଦର ପୋଲିସ । ପୋଲିସର କହିବା ଅନୁସାରେ ଏମାନଙ୍କ ଠାରୁ ୮ହଜାର ୬ଶହ ଟଙ୍କା ସହ ଗୋଟିଏ ପିସ୍ତଲ, ଦୁଇଟି ଗୁଳି, ବିଭିନ୍ନ ମାରଣାସ୍ତ୍ର ସହ ୬ଟି ମୋବାଇଲ୍‌ ଜବତ୍‌ ହୋଇଥିଲା ।

ଗିରଫ ଦୁର୍ବୃତ୍ତଙ୍କ ଭିତରେ ୪ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଥିବା ବେଳେ କିଛି ଦିନ ତଳେ ପୋଲିସକୁ ଚକ୍‌ମା ଦେଇ ଖସିଯାଇଥିବା ଲାଲ ବାହାଦୁର ଦର୍ଜୀ ମଧ୍ୟ ରହିଥିବା କୁହାଯାଉଛି । ତେବେ ଗିରଫ ୭ଜଣଙ୍କ ଭିତରେ ୨ଜଣଙ୍କୁ ନିର୍ଦୋଶ କହି ପୋଲିସ ଆକ୍ସନର ପ୍ରତିବାଦ କରିବାକୁ ଆଜି ଥାନାରେ ଧଶେଇ ପଶିଥିଲେ ସେମାନଙ୍କ ପରିବାର ଲୋକ ।

ତେବେ ପୋଲିସ ୩ଜଣଙ୍କ ଅପରାଧିକ ଟ୍ରାକ୍‌ ରେକର୍ଡ଼ ଯାଂଚ କରୁଛି ଏବଂ ତା’ ପରେ ଯାଇ ସେମାନଙ୍କୁ ଗିରଫ କରାଯିବ କି ନାହିଁ ସ୍ପଷ୍ଟ ହେବ ବୋଲି ବୁଝାଇବା ପରେ ଶାନ୍ତ ପଡ଼ିଥିଲା ପରିସ୍ଥିତି ।

   Related Posts