ମହାରାଜା ରଣଜିତ ସିଂହଙ୍କ ମୂର୍ତ୍ତି ଉପରେ ଧାରା ୩୭୦ର ରାଗ ସୁଝେଇଲେ ପାକିସ୍ତାନୀ, ୨ ଗିରଫ

Published By : Prameya-News7 Bureau | August 11, 2019 IST

ଲାହୋର : କାଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ହଟିବା ଯୋଗୁ ପଡୋସୀ ପାକିସ୍ତନ ବିଚଳିତ ହୋଇପଡିଛି। ସରକାର ଭାରତ ସହ ସମସ୍ତ ଦ୍ୱିପାକ୍ଷୀକ ସମ୍ପର୍କ ଛିନ୍ନ କରିଥିବା ବେଳେ ପାକିସ୍ତନର ଲାହୋର କିଲ୍ଲାଠାରେ ସ୍ଥାପିତ ମହାରାଜା ରଣଜିତ ସିଂହଙ୍କ ପ୍ରତିମା କିଛି ଦୁର୍ବୃତ୍ତ ଭଙ୍ଗାରୁଜା କରିଛନ୍ତି। ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ବିରୋଧରେ ବ୍ଲାସଫେମୀ ଆଇନରେ ମୋକଦ୍ଦମା ରୁଜୁ କରାଯାଇଛି।

{"id":143313,"width":576,"height":370}

ଗତ ଜୁନ ମାସରେ ଲାହୋର କିଲ୍ଲାରେ ରାଜା ରଣଜିତ ସିଂହଙ୍କ ୯ ଫୁଟ ଉଚ୍ଚର ପ୍ରତିମୂର୍ତ୍ତିକୁ ଲୋକାର୍ପଣ କରାଯାଇଥିଲା। ରଣଜିତ ସିଂ ଶିଖ ସାମ୍ରାଜ୍ୟର ନେତା ଥିଲେ। ଉନବିଂଶ ଶତାବ୍ଦୀରେ ଶାସକ ଥିବା ରଣଜିତ ସିଂହଙ୍କୁ ଭାରତ ଭଳି ପାକିସ୍ତାନରେ ମଧ୍ୟ ଶ୍ରଦ୍ଧା ଓ ସମ୍ମାନ କରାଯାଏ। ତେବେ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ପ୍ରତ୍ୟାହରକୁ ନେଇ ଅସନ୍ତୁଷ୍ଟ ଲୋକେ ଏହି ଭଙ୍ଗାରୁଜା କରିଛନ୍ତି। ଘଟଣା ବେଳେ ପୋଲିସ ଆସି ଯିବାରୁ ଅନ୍ୟମାନ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ୨ ଜଣ ପୋଲିସ ହାତରେ ଧରାପଡିଛନ୍ତି। ଗିରଫ ୨ ଜଣ ମୌଲାନା ଖୈମ ରିଜବୀଙ୍କ ତହରିକ-ଲବୈକ ନାମକ ସଙ୍ଗଠନର ସଦସ୍ୟ ବୋଲି ଜଣାପଡିଛି।

{"id":143314}

ଲାହୋର କିଲ୍ଲା ଓ ରାଜା ରଣଜିତ ସିଂହଙ୍କ ପ୍ରତିମୂର୍ତ୍ତି ଦେଖରଖର ଦାୟିତ୍ୱ ୱାଲ୍ଡ ସିଟି ଅଫ ଲାହୋର ଉପରେ ନ୍ୟସ୍ତ ରହିଛି। ଘଟଣାକୁ କର୍ତ୍ତୃପକ୍ଷ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଥିବା ବେଳେ ବକ୍ରଇଦ୍ ପରେ ମୁର୍ତ୍ତିକୁ ପୁଣି ଠିକ କରିଦିଆଯିବ ବୋଲି କହିଛନ୍ତି। ତେବେ ଲୋକଙ୍କ ଆଚରଣକୁ ଦେଖି ଏଣିକି କିଲ୍ଲାର ସୁରକ୍ଷାକୁ ଆହୁରି କଡାକଡି କରାଯିବ ବୋଲି ମୁଖପାତ୍ର ତାନିଆ କ୍ୟୁରେସୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.