ମହିଳାଙ୍କୁ ପ୍ରେମ ନିବେଦନ: ଭାଇରାଲ ହେଲା ଭିଡିଓ, ୨ ଆକ୍ରମଣକାରୀ ଗିରଫ

Published By : Prameya-News7 Bureau | October 30, 2020 IST

ଭଦ୍ରକ୩୦/୧୦: ଫେସବୁକରେ ବାରମ୍ବାର ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ଯୁବକଙ୍କୁ ପଡିଲା ମହଙ୍ଗା । ବାଡେଇବା ଭିଡିଓ ସାମ୍ନାକୁ ଆସିଛି। ଏପରି କିଳ ଯେଉଁ ୨ ଜଣ ଯୁବକ ମିଶି ମହିଳାଙ୍କୁ ବାଡେଇଥିଲେ, ସେମାନଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାସ୍ଥାନୀୟ ହଇଚଇ ସୃଷ୍ଟି କରିଛି। ଦେଖନ୍ତୁ ଏହି ଭିଡିଓ

wp:html /wp:html

ମହିଳା ଜଣଙ୍କ ବିଚ୍ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡେଇଲେ। ଏଭଳି କିଛି ଘଟଣା ଭଦ୍ରକର ଜନଗହଳିପୂର୍ଣ୍ଣ ବନ୍ତ ଛକ ଠାରେ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ବାଲେଶ୍ୱର ଜ଼ିଲ୍ଲା ଖଇରା ବ୍ଲକର ଜଣେ ଯୁବକ, ସମ୍ବଲପୁରରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଫେସବୁକ ଜରିଆରେ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ।

ଏପରିକି ତାଙ୍କୁ ମୋବାଇଲରେ ବିଭିନ୍ନ ପ୍ରକାରର ମେସେଜ ଦେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ଯୁବକ। ମହିଳା ଜଣକ ଏଥିରେ ଅତିଷ୍ଠ ହୋଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଗତକାଲି ପୂର୍ବ ଯୋଜନାବଦ୍ଧ ଅନୁଯାୟୀ ଯୁବକ ଜଣଙ୍କୁ ଭଦ୍ରକ ବନ୍ତ ଛକ କୁ ଡକାଇ ଥିଲେ ମହିଳା। ଯୁବକ ଜଣକ ବନ୍ତ ଛକ ନିକଟରେ ପହଞ୍ଚିବା ପରେ ମହିଳା ଓ ପରିବାର ସମ୍ପର୍କୀୟ ଯୁବକ ଜଣଙ୍କୁ ଘୋଷାରି ଘୋଷାରି ମନ ଇଚ୍ଛା ବିଧା ଗୋଇଠା ମାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.