Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଫଟୋ ଭାଇରାଲ୍‌ ଘଟଣାରେ ଦୁଇ ଗିରଫ

7/10/2019 at 8:20 PM

ପୁରୀ – ସମସ୍ତ କଟକଣା ସତ୍ତ୍ୱେ ପୁରୀ ଶ୍ରୀମନ୍ଦିର ଆଭ୍ୟନ୍ତର ଫଟୋ ଭାଇରାଲ ହେବା ଘଟଣା ଶ୍ରୀମନ୍ଦିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶ୍ରୀମନ୍ଦିର ଭିତରକୁ ମୋବାଇଲ କ୍ୟାମେରା ନେବା ଉପରେ କଟକଣା ଓ ଚାରିଦ୍ୱାରରେ ସୁରକ୍ଷା କର୍ମୀଙ୍କ କଡ଼ା ଯାଞ୍ଚ ପରେ ମଧ୍ୟ ଶ୍ରୀମନ୍ଦିର ଫଟୋ ଭାଇରାଲ ବାରମ୍ୱାର ହୋଇ ଚାଲିଛି। ନିଷିଦ୍ଧାଞ୍ଚଳରେ ଫଟୋ ଉଠାଇବା ଓ ମୋବାଇଲ ଅନୁପ୍ରବେଶ ନେଇ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି। ତେବେ ପୋଲିସ ପ୍ରଶାସନ ଏନେଇ ଦୃଢ଼ ପଦକ୍ଷେପ ନେବାକୁ ଯାଉଛି ବୋଲି କହିଛନ୍ତି ଏସପି। ଦର୍ଶନାର୍ଥୀ ଭକ୍ତମାନେ କଡ଼ା ସୁରକ୍ଷା ବଳୟ ଭେଦ କରି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ କରୁଥିବା ବେଳେ ଗତକାଲି ଜଣେ ଅଭିନେତ୍ରୀଙ୍କ ଫଟୋ ଭାଇରାଲ ହୋଇଛି । ଏହି ଘଟଣାରେ ପୁଲିସ ପୁରୀ ର କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ବଡଶଙ୍ଖର ରାଜୁ ସିଂହଙ୍କ ପୁଅ ଦେବାଶୀଷ ସିଂହଓ ନୟାଗଡ଼ ଜିଲ୍ଲାର ଫତେଗଡ଼ ଅନ୍ତର୍ଗତ କରଭବା ଗାଁର ଦର୍ଶନ କୁମାର ଦଳେଇଙ୍କ ପୁଅ ରାଜା ଦଳେଇ (୧୯)ନାମକ ଯୁବକଙ୍କୁ ଗିରଫ କରିଛି ।

ଓଲିଉଡ୍‌ ଅଭିନେତ୍ରୀ ଦିବ୍ୟାଙ୍କ ଏକ ସେଲ୍ଫି ଶ୍ରୀମନ୍ଦିର ଆନନ୍ଦ ବଜାର ଭିତରେ ଅଭଡା ଖାଉଥିବା ବେଳେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିଲା । ଶ୍ରୀମନ୍ଦିର ମଧ୍ୟରେ ଫୋନ୍‌ ଓ କ୍ୟାମେରା ନିଷିଦ୍ଧ ହୋଇଥିବା ବେଳେ ଭିତରେ ଫଟୋ ଉଠାଇବାକୁ ବାରଣ କରାଯାଇଛି। ଏହା ସତ୍ତ୍ୱେ ଦିବ୍ୟାଙ୍କର ଏକ ଫଟୋ ଭାଇରାଲ୍ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ।
ନିଜ ପରିବାର ଓ ବନ୍ଧୁମାନଙ୍କ ସହ ମହାପ୍ରସାଦ ଖାଉଥିବା ନେଇ ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା । ଏ ବିଷୟରେ ଦିବ୍ୟା ସେ ଫଟୋ ଉଠାଇ ନଥିବା କଥା ସଫେଇ ଦେଇଥିଲେ ।

   Related Posts