ହେଲମେଟ ନ ପିନ୍ଧି ବାଇକରେ ଯାଉଥିବା ଦମ୍ପତ୍ତିଙ୍କୁ ଧରିଲା ଟ୍ରାଫିକ : ରାଗିଯାଇ ଟ୍ରାଫିକ ପୋଲିସକର୍ମୀଙ୍କ ଚାଲାଣ ମେସିନ ଭାଙ୍ଗିଦେଲେ ଯୁବତୀ

Published By : Prameya-News7 Bureau | April 07, 2019 IST

ନୂଆଦିଲ୍ଲୀ ୭/୪ : ହେଲମେଟ ନ ପିନ୍ଧି ବାଇକ ଚଲାଇବା ଅର୍ଥାତ ଟ୍ରାଫିକ ନିୟମ ଉଲଂଘନ କରିବା | ଟ୍ରାଫିକ ନିୟମ ଉଲଂଘନ କରିବା ବେଳେବେଳେ ବହୁତ ମହଙ୍ଗା ପଡିଥାଏ | ଏହିଭଳି ଏକ ଘଟଣା ଘଟିଛି ଦିଲ୍ଲୀରେ | ହେଲମେଟ ନ ପିନ୍ଧି ବାଇକ ଚଲାଉଥିବାରୁ ଜଣେ ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ | ପୋଲିସ ଏହି ଦମ୍ପତ୍ତିଙ୍କୁ ଧରିବା ପରେ ଦମ୍ପତ୍ତି ବହୁତ ହଙ୍ଗାମା କରିଥିଲେ | ଫଳରେ ଯୁବକ ଜଣକ ରାଗିଯାଇ ପୋଲିସକର୍ମୀଙ୍କ ୟୁନିଫର୍ମ ଚିରି ଦେଇଥିଲେ | ଯୁବତୀ ଜଣକ ପୋଲିସଙ୍କ ଚାଲାଣ ମେସିନ ଭାଙ୍ଗି ଦେଇଥିଲେ | ଏହାପରେ ପୋଲିସ ଉଭୟ ଯୁବକ ଯୁବତୀଙ୍କୁ ଗିରଫ କରିଥିଲା |

{"id":101154,"width":568,"height":409}


ଘଟଣା ଦକ୍ଷିଣ ଦିଲ୍ଲୀ ଅନ୍ତର୍ଗତ ବେରସରାୟ ଅଂଚଳର | ଖବର ଅନୁଯାୟୀ, ଏପ୍ରିଲ ୫ ତାରିଖରେ ଏକ ଦମ୍ପତ୍ତି ହେଲମେଟ ନ ପିନ୍ଧି ବାଇକରେ ଯାଉଥିଲେ | ଏତିକିବେଳେ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇଥିଲା | ଟ୍ରାଫିକ ପୋଲିସ ଅଟକାଇବା ପରେ ଦମ୍ପତ୍ତି ପୋଲିସକର୍ମୀଙ୍କ ସହ ଖରାପ ବ୍ୟବହାର କରିଥିଲେ | ଯୁବକ ଯୁବତୀ ଏତେ ରାଗି ଯାଇଥିଲେ ଯେ, ଯୁବକ ଟ୍ରାଫିକ ପୋଲିସକର୍ମୀଙ୍କ ୟୁନିଫର୍ମ ଚିରି ଦେଇଥିବାବେଳେ ଯୁବତୀ ଜଣକ ଚାଲାଣ ମେସିନ ଭାଙ୍ଗି ଦେଇଥିଲେ |ସୋସିଆଲ ମିଡ଼ିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି | କିସନଗଡ଼ ପୋଲିସ ଷ୍ଟେସନରେ ଉଭୟଙ୍କ ବିରୋଧରେ ଧାରା ୧୮୬, ୩୫୩, ୩୪ ଏବଂ ସେକ୍ସନ ୩ରେ ମାମଲା ରୁଜ୍ଜୁ କରାଯାଇଛି |

{"id":101155,"width":570,"height":320}


ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ବାଇକ ଚାଳକ ଏବଂ ବାଇକ ଆରୋହୀ ଉଭୟ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରି ଦିଆଯାଇଛି | ଉଭୟ ହେଲମେଟ ନ ପିନ୍ଧିବା ଅର୍ଥାତ ଟ୍ରାଫିକ ନିୟମ ଉଲଂଘନ କରିବା | ଉଭୟ ଚାଳକ ଏବଂ ଆରୋହୀ ହେଲମେଟ ନ ପିନ୍ଧିଲେ ୧୦୦ ଟଙ୍କା ଚାଲାଣ ଦେବାକୁ ପଡିଥାଏ | ସୁରକ୍ଷା ଦୃଷ୍ଟିରୁ ଏହି ନିୟମକୁ ଦିଲ୍ଲୀରେ କଡାକଡି କରାଯାଇଛି |

{"id":101157,"width":579,"height":433}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.