Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ପୋଲିସକୁ ଖବର ଦେବାରୁ କାର୍ ଜାଳିବା ଘଟଣା : ୨ ଗିରଫ, କୋଇଲା ଚୋରିରେ ରହିଛି ସଂପୃକ୍ତି

16/10/2020 at 4:09 PM

ଭଦ୍ରକ, ୧୬।୧୦:   କୋଇଲା ଚୋରି ବିଷୟରେ ପୋଲିସକୁ ଖବର ଦେବା ସନ୍ଦେହରେ କାର ଜାଳିଦେବା ଘଟଣା ୨ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇଜଣ କୋଇଲା ଚୋରିରେ ସମ୍ପୃକ୍ତ ଥିବା ସହ ଜିଲ୍ଲାର ବିଭିନ୍ନ ଥାନାରେ ସେମାନଙ୍କ ନାଁରେ କୋଇଲା ଚୋରି ମାମଲା ଥିବା ସୂଚନା ମିଳିଛି ।

ସୂଚନାନୁସାରେ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ମାରପୁର ଗାଁରେ କୋଇଲା ଚୋରି ବିଷୟରେ ପୋଲିସକୁ ଖବର ଦେବା ସନ୍ଦେହରେ ଗାଁର ପ୍ରତାପ ବେହେରାଙ୍କ କାରକୁ କେହି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଥିଲା । ସିସିଟିଭିରେ କାର ଉପରକୁ ପେଟ୍ରୋଲ ଫିଙ୍ଗିବା ବେଳର  ଦୃଶ୍ୟ କଏଦ ହୋଇଥିଲା । ଏ ନେଇ ଗ୍ରାମାଞ୍ଚଳ ଥାନାରେ ପ୍ରତାପ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ କରି କନିଷ୍କ ମଲ୍ଲିକ ଓ ନନ୍ଦ ମଲ୍ଲିକ  ନାମକ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁଇ ଜଣ କୋଇଲା ଚୋରିରେ ସମ୍ପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ଜିଲ୍ଲାର ବିଭିନ୍ନ ଥାନାରେ ଦୁଇ ଅଭିଯୁକ୍ତଙ୍କ ନାମରେ କୋଇଲା ଚୋରି ନେଇ ମଧ୍ୟ ମାମଲା ଥିବା ସୂଚନା ମିଳିଛି।

   Related Posts