ବନ୍ୟଜନ୍ତୁ ଶିକାର ପାଇଁ ତାର ବିଛାଇ ୨ ଶିକାରୀ ଗିରଫ: ପୋଲିସ୍ କଲା କୋର୍ଟ ଚାଲାଣ

Published By : Prameya-News7 Bureau | October 22, 2020 IST

ରେଢ଼ାଖୋଲ୨୨/୧୦:  ବନ୍ୟଜନ୍ତୁ ଶିକାର ପାଇଁ ତାର ବିଛାଇ ଦୁଇ ଶିକାରୀ ଗିରଫ। ବନ୍ୟଜନ୍ତୁ ଶିକାର ପାଇଁ ୧୧ କେଭିର ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ରେଢାଖୋଲ ବନବିଭାଗ ହାବୁଡରେ ପଡି ୨ ଶିକାରୀ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ବେଲାରସେନ ନାଏକ ଓ ରମେଶ ବିଶି।

{"id":349159,"sizeSlug":"large"}

ସୂଚନା ଅନୁସାରେ ରେଢାଖୋଲ ବନଖଣ୍ଡର ଚାରମାଲ ରେଞ୍ଜ ବଡ ହିନ୍ଦୋଳ ଗ୍ରାମ ନିକଟସ୍ଥ ଜଙ୍ଗଲରେ ତାର ବିଛାଉଥିବା ବେଳେ ଧରାପଡିଛନ୍ତି | ତେବେ ଏମାନଙ୍କଠାରୁ ତାର ସହ ଶିକାର ପାଇଁ ବ୍ୟବହୃତ କିଛି ସାମଗ୍ରୀ ଜବତ କରିଛି ବନ ବିଭାଗ| ତେବେ ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.