ସରକାରଙ୍କ ନିୟମକୁ ବେଖାତିର: ଲକ୍ଷାଧିକ ଟଙ୍କାର ବାଣ ଜବତ, ୨ ଗିରଫ

Published By : Prameya-News7 Bureau | November 13, 2020 IST

ହିଞ୍ଜିଳି୧୩/୧୧: ୨ ବାଣ ଦୋକାନ ଉପରେ ହିଞ୍ଜିଳି ପୋଲିସର ଚଢାଉ। ପ୍ରାୟ ପାଞ୍ଚ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ ସହ ୨ ଜଣ ଅଟକ। ବାଣ ବିକ୍ରିକୁ ସମ୍ପୂର୍ଣ୍ଣ ନିଷିଧ କରିବା ସହ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବାଣ ନ ଫୁଟାଇବା ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି।

ତଥାପି ବିଭିନ୍ନ ଗ୍ରାମରେ ବାଣ ଲୁଚା ଚୋରାରେ ବାଣ ବିକ୍ରି ହେଉଥିବା ହିଞ୍ଜିଳି ପୋଲିସର ଖବର ହସ୍ତଗତ ହୋଇଥିଲା। ହିଞ୍ଜିଳି ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବାଣ ଗଚ୍ଛିତ ଥିବା କୌଣସି ସୂତ୍ରରୁ ଖବର ପାଇ ପୋଲିସ୍ ଚଢ଼ାଉ କରିଥିଲା। ବିଭିନ୍ନ କିସମର ବାଣ ଜବତ କରି ଦୁଇ ଜଣ ଗିରଫ କରିବା ସହ 406/20,407/30 ରେ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.