Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ବାର୍ଥଡେ ପାର୍ଟିକୁ ବାନ୍ଧବୀଙ୍କୁ ଡାକିଲେ,ବାଟରେ ଚଳନ୍ତା କାର୍‌ରେ କଲେ ଗଣଦୁଷ୍କର୍ମ

23/10/2020 at 5:22 PM

ଲୁଧିଆନା ୨୩/୧୦: ଦେଶବ୍ୟାପି ହେଉଥିବା ଦୁଷ୍କର୍ମ ଘଟଣାରେ ଏବେ ପଞ୍ଜାବର ନାଁ ମଧ୍ୟ ସାମିଲ ହୋଇଯାଇଛି। ଗତ ଗୁରୁବାର ରାତିରେ ଲୁଧିଆନାରେ ଏକ କାର୍‌ରେ ଗଣଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ପୋଲିସ୍ ଏହି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ ପୀଡ଼ିତା ଲୁଧିଆନାର ଏକ ଘରୋଇ ହୋଟେଲରେ କାମ କରୁଥିଲେ। ଏଠାରେ ୨ଜଣ ଅଭିଯୁକ୍ତ ମଧ୍ୟ ତାଙ୍କ ସହ କାମ କରୁଥିଲେ। ପୀଡ଼ିତାଙ୍କ କହିବା ଅନୁସାରେ ୨ଜଣ ଯୁବକ ଜନ୍ମଦିନ ପାର୍ଟି ବାହାନାରେ ତାଙ୍କୁ ଡକାଇଥିଲେ। ବୁଧବାର ରାତି ପାଖାପାଖି ୯ଟାବେଳେ ସେମାନେ ମଦ ଦୋକାନକୁ ପହଞ୍ଚିଥିଲେ। ସେଠାରେ ୩ଜଣ ମଦ ପିଇଥିଲେ। ପାଖାପାଖି ରାତି ୧୧ଟାରେ ସେମାନେ ପୀଡ଼ିତାଙ୍କୁ ଘରକୁ ଛାଡ଼ିବାକୁ ଯାଉଥିବାବେଳେ ତାଙ୍କୁ ଚଳନ୍ତା କାରରେ ଗଣଦୁଷ୍କର୍ମ କରିଥିଲେ। ଏହା ପରେ ସକାଳ ୩ଟାରେ ପୀଡ଼ିତାଙ୍କୁ ବାହାରେ ଫିଙ୍ଗି ଫେରାର ହୋଇଯାଇଥିଲେ।

ପୋଲିସ୍ ପୀଡ଼ିତାଙ୍କ ଅଭିଯୋଗ ଆଧାର​‌ରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ୬-୭ଘଣ୍ଟା ଭିତରେ ରାଉଣ୍ଡ ଅପ୍ କରିଥିଲେ। ଅଭିଯୁକ୍ତଙ୍କ ପରିଚୟ ନ୍ୟୁ ରାଜନଗର ବାସିନ୍ଦା ପ୍ରଶାନ୍ତ ଶୁକ୍ଳା ଏବଂ ବିଆରଏସନଗର ବାସିନ୍ଦା ରୋହିତ କୁମାର ବୋଲି ଜଣା ପଡ଼ିଛି। ୨ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

   Related Posts