Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବଲାଙ୍ଗୀରରେ ସ୍ଥିତି ସଙ୍ଗୀନ: ଦୁଇଟି ଅଞ୍ଚଳ କଣ୍ଟେମେଣ୍ଟ ଜୋନ, ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୂଷ୍ଟାନ ନେବାକୁ ଚେତାବନି ଦେଲେ ଏସପି

30/04/2021 at 4:20 PM

ବଲାଙ୍ଗୀର ୩୦/୦୪ : ବଲାଙ୍ଗୀରରେ ସ୍ତିତି ସଙ୍ଗୀନ ତା ସାଙ୍ଗକୁ କଡାକଡି ହେଉଛି ପ୍ରଶାସନର ନିସ୍ପତ୍ତି। କରୋନା ସଂକ୍ରମଣ ବଢିବା ଯୋଗୁଁ ସହରର ଦୁଇଟି ପଡାରେ ମାଇକ୍ରୋ କଣ୍ଟେମେଣ୍ଟ ଜୋନ କରିଛି ପ୍ରଶାସନ। ପ୍ରତିଦିନ ଶତାଧିକ କରୋନା ସଂକ୍ରମିତଙ୍କ ଲମ୍ବା ତାଲିକା ଆସୁଥିବା ବେଳେ ଏହାକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ। ବିଭିନ୍ନ ସମୟରେ ପରିସ୍ତିତି ଦେଖି ନିୟମ ଗୁଡିକରେ ପରିବର୍ତ୍ତନ କରୁଥିବା ବେଳେ ଚଳିତ ବର୍ଷ କରୋନା ରେ ସହରର ପୁଣି କରାଯାଇଛି କଣ୍ଟେମେଣ୍ଟ ଜୋନ। ସେପଟେ କଣ୍ଟେମେଣ୍ଟ ଜୋନରେ କିଭଳି ରହିଛି ଲୋକଙ୍କ ସ୍ତିତି ନିଜେ ଜିଲ୍ଲାପାଳ ଓ ଏସପି କରିଛନ୍ତି ସ୍ତିତି ତଦାରଖ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଛି ସ୍ବସ୍ଥ୍ୟ ଅବସ୍ଥା ଉପରେ ଜାଞ୍ଚ । ସେପଟେ ପୋଲିସ ପ୍ରଶାସନର କଡା ନିସ୍ପତ୍ତି କରୋନା କୁ ନେଇ ଗୁଜବ କଲେ କିମ୍ବା ଅମାନିଆହେଲେ ସିଧା କାର୍ଯ୍ୟାନୂଷ୍ଠାନ ବୋଲି ଚେତାବନି ଦେଲେ ଏସପି।

ସିଲ ହେଲେ ରାସ୍ତା। ପୁଣିଥରେ କଣ୍ଟେମେଣ୍ଟ ଜୋନରେ ରହିଲେ ଜନସାଧାରଣ। ସ୍ତିତି ସଙ୍ଗୀନ ହେବାକୁ ବସିଥିବା ବେଳେ କଡା ନିସ୍ପତ୍ତି ନେବାକୁ ପଡିଛି ପ୍ରଶାସନ କୁ। ବଲାଙ୍ଗୀର ସହରର ଏହେଉଛି ଦୃଶ୍ୟ।  ସହରର ଶାନ୍ତି ପଡା ଓ ମାଲପଡାର ଦୁଇଟି ସ୍ଥାନରେ କରାଯାଇଛି କଣ୍ଟେମେଣ୍ଟ ଜୋନ। ଏଠାରେ ବିଭିନ୍ନ ଘରେ ସମଗ୍ର ପରିବାର ଲୋକ ଙ୍କ ମଧ୍ୟରେ କରୋନା ସଂକ୍ରମିତ ହୋଇଥିବା ବେଳେ ସ୍ଥାନିୟଅଞ୍ଚଳକୁ ସିଲ କରିଛି ପ୍ରଶାସନ। ଖାଲି ସେତିକି ନୂହେଁ ନିଜେ ଏସପି ଓ ଜିଲ୍ଲାପାଳ କଣ୍ଟେମେଣ୍ଟ ଜୋନ ଭିତରକୁ ଯାଇ ଲୋକଙ୍କ ସମସ୍ୟା ସହ ସ୍ବାସ୍ଥ୍ୟ ଅବସ୍ଥା କୁ ନେଇ କରିଛନ୍ତି ଆଲୋଚନା। ପରେ ତାଙ୍କ ସ୍ବLସ୍ଥ୍ୟ କୁ ନେଇ ଜାଞ୍ଚ କରାଯିବା ସହ ସ୍ଥାନିୟ ଅଞ୍ଚଳକୁ ସେନିଟାଇଜ ସହ ନେଇଛନ୍ତି ବିଭିନ୍ନ କଡା ଆଭିମୂଖ୍ୟ।

ସେପଟେ ବଲାଙ୍ଗୀର ଜିଲ୍ଲାର ସମସ୍ତ ଉପ ଜିଲ୍ଳାପାଳ, ବିଡିଓ ଙ୍କ ସହ ସ୍ବLସ୍ଥ୍ୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଯଉ ସବୁ ସ୍ଥାନରେ ଏଭଳି ପରିସ୍ଥିତି ଉପୁଜୁଛି ସେଠାରେ କଣ୍ଟେମେଣ୍ଟ ଜୋନ କରିବା ସହ ସ୍ଥାନିୟ ଅଞ୍ଚଳକୁ ସିଲ କରି ଲୋକଙ୍କ ସ୍ତିତି ବୁଝି ସେମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇବାକୁ ଦିଆଯାଇଛି ନିର୍ଦେଶ। ଅନ୍ୟ ପଟେ ବଲାଙ୍ଗୀର ସହରର ଏନଏଚ ଓ ମୂଖ୍ୟ ରାସ୍ତା ରେ ପୋଲିସ ପକ୍ଷରୁ କଡା ଚେକିଙ୍ଗ କରାଯାଉଥିବା ବେଳେ ବିଭିନ୍ନ ପଡା ଓ ଗଳିରେ ଜମୁଛି ଲୋକଙ୍କ ଗହଳି। ଏହାକୁ ନେଇ ଦୁଇଟି ପେଟ୍ରୋଲିଙ୍ଗ ଟିମ କରାଯାଇଥିବା ସହ ଅମାନିଆଙ୍କ ଉପରେ ନଜର ରଖାଯାଉଛି ତା ସହ କାର୍ଯ୍ୟାନୂଷ୍ଠାନ ନିଆଯାଉଛି ବୋଲି କହିଛନ୍ତି ଏସପି। ତା ସାଙ୍ଗ କୁ ବଲାଙ୍ଗୀର ଜିଲ୍ଲାରେ ସ୍ବLସ୍ଥ୍ୟ ବିଭାଗ ଓ ଅକ୍ସିଜେନ କୁ ନେଇ ବହୁ ଗୁଜବ ଲୋକଙ୍କ କରାଯାଉଛି ଯାହାକୁ ନେଇ ପୋଲିସ ସାଇବର ଉପରେ ନଜର ରଖିଥିବା ସହ ଯେ ଏଭଳି କାର୍ଯ୍ୟ କରିବ ତା ଉପରେ ସିଧା ସଳଖ କାର୍ଯ୍ୟାନୂଷ୍ଠାନ ନିଆଯିବ ବୋଲି ଚେତାବନି ଦେଇଛନ୍ତି ଏସପି। ପରିସ୍ତିତି ଏବେ ସଙ୍ଗିନ ହୋଇଥିବା ବେଳେ କୌଣସି ପ୍ରକାର ଅମାନିଆ କୁ ଛଡା ଯିବ ନାହିଁ ଯଉଠୁ ଅଭିଯୋଗ ଆସିଲେ ସିଧା ସଳଖ କାର୍ଯ୍ୟାନୂଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସପି।

କୋରୋନା ଉପରେ ବ୍ରେକ ଲଗେଇ ହେବ। ଏନେଇ ଜିଲ୍ଲା ପ୍ରଶାସନ ଓ ସରକାର ବି ପଦକ୍ଷେପ ନେଉଛନ୍ତି। କେବଳ ଦରକାର ସଚେତନତା ଆଉ ଆତ୍ମବିଶ୍ବାସ କୋରୋନାକୁ ହରାଇବାର।

   Related Posts