Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଛତିଶଗଡ ସୀମାନ୍ତରୁ ଆସିବେ ପ୍ରବାସୀ, ଆଗକୁ ଆହୁରି ବିଗିଡିବ ସ୍ଥିତି – ଶ୍ରମ ମନ୍ତ୍ରୀ
  • ||
  • କଟକ : ଅପ୍ରେଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ରାଜ୍ୟରେ ପିକ୍‌ରେ ରହିପାରେ କରୋନା ସଂକ୍ରମଣ
  • ||
  • ପୁରୀ : ବ୍ରହ୍ମଗିରିରେ ବୋମାମାଡ, ଛିଣ୍ଡିଗଲା ଯୁବକଙ୍କ ହାତ
  • ||
  • ମହାକାଳପଡା : ହରିଣ ମାଂସ ବୋଝେଇ ଅଟୋ ଜବତ, ଜଣେ ଗିରଫ, ୨ ଅଭିଯୁକ୍ତ ଫେରାର
  • ||
  • ରାୟଗଡା : ତ୍ରିପୁରା ଯିବାବେଳେ ରେଳ ଷ୍ଟେସନରୁ ୬ନାବାଳିକା ଉଦ୍ଧାର, ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର
  • ||
  • ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ୨ଟି ଗାଁ ସଟଡାଉନ୍ ଘୋଷଣା, କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପଦକ୍ଷେପ
  • ||
  • ଭୁବନେଶ୍ବର : ବାତିଲ ହେଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ
  • ||
  • ଆଜିଠାରୁ ୫ ଦିନ ବନ୍ଦ ରହିବ ସମ୍ବଲପୁର ବିଶ୍ବବିଦ୍ୟାଳୟ, କରୋନା ସଂକ୍ରମଣ ଦୃଷ୍ଟିରୁ ପଦକ୍ଷେପ
  • ||
  • ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ, ୧୯୫୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ପବିତ୍ର ଶ୍ରୀରାମ ନବମୀ : କୋଭିଡ୍ କଟକଣାରେ ପାଳନ ହେବ ଉତ୍ସବ, ଆଜିଠୁ ଟ୍ବିନସିଟିର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ
  • ||

ମୃତ୍ୟୁଦଣ୍ଡ ରୋକିବାକୁ ପୁଣି କୋର୍ଟରେ ନିର୍ଭୟା ଦୋଷୀ, ପୋଲିସ ଓ ତିହାର କର୍ତ୍ତୃପକ୍ଷଙ୍କୁ ନୋଟିସ୍

18/03/2020 at 10:01 PM

ନୂଆଦିଲ୍ଲୀ ୧୮।୩: ଦଣ୍ଡତିଥି ଉପରେ ରୋକ ଲଗାଇବାକୁ ବୁଧବାର ପୁଣି କୋର୍ଟରେ ପହଞ୍ଚିଛନ୍ତି ନିର୍ଭୟା ଦୋଷୀ । ୨୦ ମାର୍ଚ୍ଚ ସକାଳ ସାଢେ ୫ଟା ବେଳେ ନିର୍ଭୟା କାଣ୍ଡର ୪ ଦୋଷୀଙ୍କ ଦଣ୍ଡବିଧାନ ଲାଗି କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଜଣକର ଦ୍ୱିତୀୟ କ୍ଷମା ନିବେଦନ ବିଚାରାଧୀନ ଥିବା ଜଣାଇ କୋର୍ଟଙ୍କୁ ଦଣ୍ଡ ଉପରେ ରହିତାଦେଶ ଜାରି ନିମନ୍ତେ ସେମାନଙ୍କ ଓକିଲ ନିବେଦନ କରିଛନ୍ତି ।

ଅତିରିକ୍ତ ସେସନ୍ସ ଜଜ୍ ଧର୍ମେନ୍ଦ୍ର ରାଣା ନିବେଦନକୁ ବିଚାର ଲାଗି ଗ୍ରହଣ କରିଥିବା ବେଳେ ପୋଲିସ ଓ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଗୁରୁବାର ମାମଲାର ଶୁଣାଣି ହେବ। ନିର୍ଭୟା କାଣ୍ଡର ଅନ୍ୟତମ ଦୋଷୀ ଅକ୍ଷୟ ସିଂହ ମଙ୍ଗଳବାର ରାଷ୍ଟ୍ରପତିଙ୍କ ନିକଟରେ ଦ୍ୱିତୀୟ କ୍ଷମାନିବେଦନ କରିଛି। ସେହିପରି ପବନ ଗୁପ୍ତା ମଧ୍ୟ ସେହିଦିନ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି। ପବନ ନିବେଦନ ମଧ୍ୟ କୋର୍ଟରେ ଶୁଣାଣି ଅପେକ୍ଷାରେ ଥିବା ଓକିଲ ତାଙ୍କ ନିବେଦନରେ ଦର୍ଶାଇଛନ୍ତି।

ତେବେ ନିର୍ଭୟା କାଣ୍ଡର ୪ ଅପରାଧୀ ମୁକେଶ ସିଂହ(୩୨), ପବନ ଗୁପ୍ତା (୨୫), ବିନୟ ଶର୍ମା(୨୬) ଓ ଅକ୍ଷୟ ସିଂହ (୩୧)ଙ୍କୁ ମାର୍ଚ୍ଚ ୨୦ ତାରିଖ ପୂର୍ବାହ୍ନରେ ଦଣ୍ଡିତ କରିବା ଲାଗି କୋର୍ଟ ଡେଥୱାରେଣ୍ଟ ଜାରି କରିସାରିଛନ୍ତି। ସେହି ଅନୁସାରେ ତିହାର କର୍ତ୍ତୃପକ୍ଷ କୋର୍ଟଙ୍କ ଆଦେଶ ପାଳନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି।

   Related Posts