୨ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଏପର୍ଯ୍ୟନ୍ତ ମିଳିପାରି ନାହିଁ ମୃତକଙ୍କ ପରିଚୟ
18/12/2020 at 10:04 AM

ରାଉରକେଲା୧୮/୧୨: ୨ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ଉାଉରକେଲା ପାନପୋଷ ଷ୍ଟେସନ ନିକଟରୁ ଏହି ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁସାରେ ରେଳଧାରଣରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ରେଳ ଧାରଣା ବାହାରୁ ଉଦ୍ଧାର ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ବର୍ତ୍ତମାନସୁଦ୍ଧା ଦୁଇ ମୃତକଙ୍କ ପରିଚୟ ମିଳିପାରିନାହିଁ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।