Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||
  • କମିଶନରେଟ ପୋଲିସ ପଞ୍ଝାରେ ୩ ଲୁଟେରା, ବାଇକ୍ ଓ ବନ୍ଧୁକ ଜବତ
  • ||
  • ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||
  • ଓଡିଶା ଉପରୁ ଟଳିଲା ବାତ୍ୟା ବିପଦ, ହୋଇନି ବେଶି କ୍ଷୟକ୍ଷତି
  • ||
  • ‘ଗୁଲାବ’ ପଛେ ପଛେ ଆଉ ଏକ ଲଘୁଚାପ, ସେପ୍ଟେମ୍ବର ଶେଷରେ ଭିଜିବ ଓଡିଶା
  • ||

ପଦ୍ମପୁର ମଦଦ୍ଭାଟି କର୍ମଚାରୀ ହତ୍ୟା ମାମଲା :୨ ଅଭିଯୁକ୍ତ ଗିରଫ

9/09/2019 at 10:31 PM

ବରଗଡ୯।୯- ବରଗଡ଼ ଜିଲ୍ଲା ପଦ୍ମପୁର ସବଡିଭିଜନ ବୋଡେନ ଥାନା ଅନ୍ତର୍ଗତ ବିରିପାଲି ମଦଭାଟି କର୍ମଚାରୀ ହତ୍ୟା ମାମଲାର ୨ ଅଭିଯୁକ୍ତ କୁ ଗିରଫ କରିଛି ପଦ୍ମପୁର ପୋଲିସ ।ଗିରଫ ଅଭିଯୁକ୍ତ ମାନେ ହେଲେ ପଦ୍ମପୁର ଭେଲୁଆପଦର ଗ୍ରାମ ର ରଙ୍କ ବରିହା ର ପୁଅ ଭଗବାନ ବରିହା ଓ କାଁସର ଗ୍ରାମ ର ସାଗର ବିଶ୍ୱାଳ ଙ୍କ ପୁଅ ଜଗଦୀଶ ବିଶ୍ୱାଳ ।

ହତ୍ୟାକାଣ୍ଡ ଦିନ ଭଗବାନ ଓ ଜଗଦୀଶ ମଦ ପିଇବା ପାଇଁ ବିରିପାଲି ମଦଭାଟି କୁ ଯାଇଥିଲେ ।ତେବେ କୌଣସି କାରଣରୁ ଝାଡଖଣ୍ଡ ରାଜ୍ୟର ଲୋହାରଡେଗା ଅଞ୍ଚଳ ରୁ  ଆସି ମଦଭାଟି ରେ କାମ କରୁଥିବା କର୍ମଚାରୀ  ପ୍ରମୋଦ ସା ଙ୍କ ସହ ବଚସା ହୋଇଥିଲା ।ଏଥିରେ ନିଶାଗ୍ରସ୍ତ ଅବସ୍ଥା ରେ ଭଗବାନ ଓ ଜଗଦୀଶ ମିଶି ଏକ ଛୁରି ରେ ପ୍ରମୋଦ କୁ ଆକ୍ରମଣ କରିଥିଲେ ଫଳରେ ଘଟଣା ସ୍ଥଳରେ ହିଁ ପ୍ରମୋଦ ର ମୃତ୍ୟୁ ହୋଇଯାଇଥିଲା ।

ପରେ ମଦଭାଟି ମ୍ୟାନେଜର ଭରଦୁଲ ପ୍ରସାଦ ଙ୍କ ଲିଖିତ ଅଭିଯୋଗ କ୍ରମେ ବଡେନ ପୋଲିସ ଏକ ହତ୍ୟା ମୋକଦ୍ଦମା ରଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣା ର ୨୪ ଘଣ୍ଟା ମଧ୍ୟରେ ପୋଲିସ ହତ୍ୟା ଅଭିଯୁକ୍ତ ଙ୍କୁ ଗିରଫ କରିଥିଲା ।ଏହି ଘଟଣା ରେ ବ୍ୟବହୃତ ଛୁରି କୁ ମଧ୍ୟ ଜବତ କରିଛି ପୋଲିସ ।

   Related Posts