ବହୁ ଚର୍ଚ୍ଚିତ ବଲାଙ୍ଗୀର ବିଡିସିସି ବ୍ୟାଙ୍କ ଟଙ୍କା ଠକେଇର ପର୍ଦାଫାସ : ଗିରଫ ହେଲେ ଗୁରୁ , ଚେଲା

Published By : Prameya-News7 Bureau | November 11, 2019 IST

ବଲାଙ୍ଗୀର ୧୧/୧୧: ବଲାଙ୍ଗୀର ଜିଲ୍ଲା ସମବାୟ ବ୍ୟାଙ୍କରୁ ଏଟିଏମ ଓ ପାସଓ୍ବାର୍ଡ ନେଇ ଟଙ୍କା ଠକେଇ କରିଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ। ଗତ ମାସ ୪ ତାରିଖରେ ବଲାଙ୍ଗୀର ଟାଉନ ଥାନାରେ ବିଡିସିସି ବ୍ୟାଙ୍କ ମ୍ୟାନେଜର ଜ୍ୟୋସ୍ନାମୟୀ ପ୍ରଧାନ ଲିଖିତ ଅଭିଯୋଗ ଦେଇଥିଲେ। ତାଙ୍କ ବ୍ୟାଙ୍କରେ ଖାତା ଖୋଲିଥିବା କିଛି ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଥିବା। ତେବେ ବିନା ଏଟିଏମ ଓ ପାସଓ୍ବାର୍ଡରେ କିଭଳି ଭାବରେ ଟଙ୍କା ଗାୟବ ହୋଇଛି ଏହାର ତଦନ୍ତ ଆରମ୍ଭ କରିଥିଲା ପୋଲିସ।

{"id":182395}

ପରେ ବ୍ୟାଙ୍କରେ ଅସ୍ଥାୟୀ ଭାବରେ ଡାଟା ଅପରେଟର ଥିବା ନିଳମଣି ତ୍ରିପାଠିଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ସଂଦେହ କରିଥିଲେ ବ୍ୟାଙ୍କ କର୍ମଚାରୀ ।ଏହାକୁ ନେଇ ତଦନ୍ତ ପରେ ଆଜି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଦୁଇ ଜଣ ହେଲେ ନିଳମଣି ତ୍ରିପାଠି ଓ ସ୍ବାଗତ କୁମାର ମିଶ୍ର । ନିଳମଣି ବ୍ୟାଙ୍କରୁ ଏଟିଏମ ଓ ପାସଓ୍ବାର୍ଡ କାଢି ଆଣିଥିବା ବେଳେ ମୁହଁରେ ହେଲମେଟ ପିନ୍ଧି ସିକ୍ୟୁରିଟି ଗାର୍ଡ ନଥିବା ଏଟିଏମରୁ ଟଙ୍କା ଉଠାଇବା କାମ କରୁଥିଲେ ନିଳମଣୀର ଚେଲା ସ୍ବାଗତ। ତେବେ ଗୁରୁ ଚେଲାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

{"id":182396}

ଅନ୍ୟ ପଟେ ଆକାଉଣ୍ଟ ଗୁଡିକୁ ମୋଡିଫାଏ କରି ମଧ୍ୟ କିଛି ଟଙ୍କା ଉଠାଇଥିବେଳେ ତାହାର ତଦନ୍ତ ଜାରି ରଖିବା ସହ ଦୁହିଁଙ୍କୁ ରିମାଣ୍ଡରେ ଆଣିବା ପାଇଁ ସୂଚନା ଦେଇଛନ୍ତି ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସପି ମଡକର ସନ୍ଦିପ ସମ୍ପଦ। ତେବେ ୧୨ଟି ଆକାଉଣ୍ଟରୁ ଗ୍ରାହକଙ୍କ ୮ ଲକ୍ଷ ୩୧ ହଜାର ଟଙ୍କା ଉଠାଇନେଇଥିଲେ ଉଭୟେ। ବର୍ତ୍ତମାନ କ୍ୟାସ ଆକାରରେ ୪ ଲକ୍ଷ ଟଙ୍କା ଜବତ କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ଟଙ୍କା ମିଳିବ ବୋଲି କହିଛନ୍ତି ଏସପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.