ରାଉରକେଲାରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୨ ଜଣ ଗିରଫ

Published By : Prameya-News7 Bureau | August 11, 2018 IST

ରାଉରକେଲା ୧୧/୮ : ରାଉରକେଲା ସେକ୍ଟର ୨୦ରେ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଅଟକ ଥିବା ୨ ଜଣଙ୍କୁ ଗିରଫ କରିଛି ପେ।ଲିସ । ଗତକାଲିଠୁ ଏମାନଙ୍କୁ ଅଟକ ରଖିଥିଲା ପେ।ଲିସ । ରାଉରକେଲାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହେ।ଇଥିଲା । ବିଶ୍ରା ଥାନା ଅନ୍ତର୍ଗତ ରତାଖଣ୍ଡେଇ ଜଙ୍ଗଲରେ ଗଣଦୁଷ୍କର୍ମ ହୋଇଥିଲା । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ବିଶ୍ରା ଥାନାରେ ମାମଲା ରୁଜୁ ହୋଇଥିଲା । ପ୍ରେମିକ କବିର ଖାନ ଏବଂ ତାର ସହଯୋଗୀ ନାଁରେ ଥାନାରେ ଏତଲା ଦେଇଥିଲେ ପୀଡିତା । ଡାକ୍ତରୀମାଇନା ପାଇଁ ପୋଲିସ ନାବାଳିକାକୁ ସ୍ଥାନୀୟ ମେଡିକାଲକୁ ପଠାଇଥିଲେ । ଏଥିସହ ପ୍ରେମିକ କବିର ଖାନ ସମେତ ୪ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା କରୁଥିଲା । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରିଛି ପେ।ଲିସ । ପ୍ରେମିକ ସହ ବୁଲିବାକୁ ଯାଇଥିବା ବେଳେ ଘଟିଛି ଅଘଟଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.