Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଚାଲିଛି ବେଧଡ଼କ ନିଶା କାରବାର: ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ୍

4/06/2020 at 2:27 PM

ବରଗଡ଼୪/୬: ଲକଡାଉନ୍‌ ନିୟମ କୋହଳ ହେବା ମାତ୍ରେ ଆହୁରି ବଢ଼ି ଯାଇଛି ନିଶା କାରବାର। ଦିନ ଦିପହରେ ଚାଲିଛି ବେଧକ ନିଶା କାରବାର। ଗତକାଲି ରାତିରେ ବରଗଡ଼ ଜିଲ୍ଲା ସୋହେଲା ଥାନାର ପୋଲିସ ୨୩ ଗ୍ରାମ ୩୭୦ ମିଲିଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଖଜୁରଟିକ୍ରା ଗାଁର ବାସିନ୍ଦା ଅର୍ଶଦ ଓରଫ୍ ରାଜା ଖାଁ (୩୨) ଏବଂ ସୋହେଲା ଥାନା ଅନ୍ତର୍ଗତ ବିନ୍ଧାନପାଲି ନିବାସୀ ବିକ୍ରମ ସାହୁ(୨୮) ବୋଲି ଜଣାପଡ଼ିଛି।

ଏହି ଘଟଣାରେ ପୋଲିସ୍ ଆହୁରି ତଦନ୍ତ ଚଳାଇଛି। ଏହି ନିଶା କାରବାରରେ ଆଉ କେଉଁମାନଙ୍କ ସଂପୃକ୍ତି ଅଛି, ତାହା ନେଇ ତନାଘନା ଚାଲିଛି। ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ୨୩ ଗ୍ରାମ ୩୭୦ ମିଲିଗ୍ରାମ ବ୍ରାଉନସୁଗାର ଏବଂ ଏକ ବାଇକ୍‌ (ନଂ-ସିଜି୧୩ୟୁବି ୨୧୦୨) ଜବତ ହୋଇଛି। ରାୟପୁରରୁ ବରଗଡ଼ ପଟକୁ ଅସୁଥିବାବେଳେ ଲୁହୁରାଚଟି ଛକରେ ପୋଲିସ ସେମାନଙ୍କୁ ଗିରଫ କରିଥିଲା। ଏ ନେଇ ସୋହେଲା ଥାନାରେ କେସ୍‌ ନଂ ୬୩/୨୦ରେ ଏକ ମାମଲା ରୁଜୁ ହୋଇଛି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

   Related Posts