Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ଗୋଟେ ଦିନରେ ୨ଟି ଦୁର୍ଘଟଣା: ୨ ମୃତ, ୨ ଗୁରୁତର

27/07/2020 at 8:52 PM

ଝାରସୁଗୁଡା୨୭/୭: ସୋମବାର ଝାରସୁଗୁଡା ସହର ନିକଟବର୍ତ୍ତୀ ଅଞ୍ଚଳରେ ୨ଟି ପୃଥକ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଆଜି ସକାଳ ସାଢେ ୭ଟା ସମୟରେ ଝାରସୁଗୁଡା ବେଲପାହାଡ଼ ୪୯ ନମ୍ବର ଜାତୀୟ ରାଜପଥର ବକ୍ସିଛକ ଠାରେ ଦୁର୍ଘଟଣା ଘଟିଥିଲା।

ସୁନ୍ଦରଗଡ ଜିଲ୍ଲା ଅମଲିପାଲି ଗ୍ରାମର ଦୁଇ ଭାଇ ବସନ୍ତ କୁଲୁ ଏବଂ ସୁଶାନ୍ତ କୁଲୁ କୁଟରାଚୁଆଁରୁ ନିଜ ଗ୍ରାମକୁ ଫେରୁଥିବା ସମୟରେ ସେମାନଙ୍କ ବାଇକକୁ ପିଟିଲା ଟ୍ରେଲର। ଘଟଣାସ୍ଥଳରେ ବସନ୍ତ କୁଲୁ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଭାଇ ସୁଶାନ୍ତ ଗୁରୁତର ହୋଇଥିଲା। ଖବରପାଇ ବିଟିଏମ୍ ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହିଁଞ୍ଚି ମୃତକଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ।ସେଠାରେ ସୁଶାନ୍ତର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ ଡାକ୍ତରଖାନାକୁ ପଠାଇ ଦିଆଯାଇଛି।

ସେହିପରି ଆଜି ସଂଧ୍ୟାରେ ତାଳପଟିଆ ନିକଟରେ ଅନ୍ୟ ଏକ ଦୁର୍ଘଟଣାରେ ଜଣେ ୮ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି। ଝାରସୁଗୁଡା ଜିଲ୍ଲା ତାଳପଟିଆ ଫାଣ୍ଡି ନିକଟ ଟାଙ୍ଗରପାଲିରେ ହାଇଓ୍ବା ଧକ୍କାରେ ୮ ବର୍ଷର ନାବାଳକ ପୁଅର ମୃତ୍ୟୁ ଓ ମାଆ ଗୁରୁତର ହୋଇଛନ୍ତି। ଗୁରୁତର ମାଆଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ଶିଶୁପୁତ୍ରର ନାଁ ସୌରଭ କିଷାନ।

ମାଆ ଓ ପୁଅ ଚାଲିଚାଲି ଯାଉଥିବା ସମୟରେ ହାଇଓ୍ବା ଧକ୍କା ଦେଇଥିଲା।ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଛି। ସ୍ଥାନୀୟ ଲୋକମାନେ ବିଜୁ ଏକ୍ସପ୍ରେସକୁ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଁଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ଚଳାଇଛନ୍ତି।

   Related Posts