Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ସାରା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ଲକ୍ଷ ଛୁଇଁଲାଣି, ମୃତ୍ୟୁରେ ଚୀନକୁ ଟପିଲା ଇଟାଲୀ

20/03/2020 at 7:57 PM

ନୂଆଦିଲ୍ଲୀ, ୨୦|୦୩:    ସାରା ବିଶ୍ବରେ କରୋନା ମହାମାରୀ  ପ୍ରଳୟଙ୍କରୀ ରୂପ ଧାରଣ କରିଛି । ପ୍ରାୟ ଅଢେଇ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହେବାକୁ ବସିଲେଣି ।ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଛି ।କରୋନା ମୃତ୍ୟୁ ସଂଖ୍ୟାରେ ଚୀନ୍‌କୁ ଟପିଯାଇଛି ଇଟାଲୀ ।ଚୀନ୍‌, ଇଟାଲୀ, ଇରାନ ପରେ ସ୍ପେନ୍‌ ଚତୁର୍ଥ ରାଷ୍ଟ୍ର ଭାବେ ହଜାରରେ ଅଧିକ ମୃତ୍ୟୁ ସଂଖ୍ୟା ଘଟିଥିବା ରାଷ୍ଟ୍ର ଭାବେ ନିଜ ନାମ ଲେଖାଇଛି ।ଆମେରିକାର ସବୁଠୁ ଧନୀ ରାଜ୍ୟ କାଲିଫର୍ଣ୍ଣିଆକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି ।

ସାରା ବିଶ୍ବରେ କରୋନାର ହାହାକାର । ଆତଙ୍କ ଖେଳାଇ ଦେଇଛି କରୋନା ମହାମାରୀ । ବିଶ୍ବରେ ୧୮୨ଟି ଦେଶରେ କରୋନା ପ୍ରବେଶ କରିଛି । ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଛି । ଆକ୍ରାନ୍ତଙ୍କ ସଂଖ୍ୟା ଅଢେଇ ଲକ୍ଷ ପାଖାପାଖି ପହଞ୍ଚିଲାଣି ।କରୋନା ମୃତ୍ୟୁ ସଂଖ୍ୟାରେ ଚୀନ୍‌କୁ ପଛରେ ପକାଇ ଦେଇଛି ଇଟାଲୀ । ଇଟାଲୀରେ ସର୍ବାଧିକ ୩୪୦୫ ଜଣ ଲୋକ ପ୍ରାଣ ହରାଇଛନ୍ତି ।କିନ୍ତୁ କରୋନା ମହାମାରୀର ଜନ୍ମଦାତା ଚୀନ୍‌ ୩୧୩୨ଟି ମୃତ୍ୟୁ ସହ ଦ୍ବିତୀୟ ସ୍ଥାନରେ ରହିଛି । କେବଳ ଇଉରୋପ ମହାଦେଶରେ ୪୧ ହଜାରରୁ ଅଧିକ ଲୋକ ଏବେ ଏହି ମହାମାରୀରେ ଆକ୍ରାନ୍ତ ।ସ୍ପେନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୧୪୭ରେ ପହଞ୍ଚିଛି ।ସେଠାରେ ହଜାରେରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ୪୦୦ରୁ ଅଧିକ ହୋଇଛି ।ମୃତ୍ୟୁ ସଂଖ୍ୟା ୧୫୦ ଟପିଛି ।ଆମେରିକାର ସବୁଠୁ ଧନୀ କାଲିଫର୍ଣ୍ଣିଆ ରାଜ୍ୟକୁ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଇରାନରେ ମୃତକଙ୍କ ସଂଖ୍ୟା ବୁଧବାର ସୁଦ୍ଧା ୧୧୩୫ରେ ପହଞ୍ଚିଥିଲା ।ଏହାପରେ ଇରାନରେ ନୂଆବର୍ଷ ପାଳନ ଆରମ୍ଭ ହୋଇଥିବାରୁ ଇରାନ ସରକାର ମୃତକଙ୍କର ଆଉ ନୂଆ ସଂଖ୍ୟା ପ୍ରକାଶ କରୁନାହାନ୍ତି ।ତେବେ ଇରାନ ସରକାର ପ୍ରକୃତ ମୃତ୍ୟୁସଂଖ୍ୟାକୁ ଲୁଚାଉଥିବା କିଛି ବିଶେଷଜ୍ଞ କହିଛନ୍ତି । ପକ୍ଷରୁ  ପାକିସ୍ତାନରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦ ଟପିଛି । ତିନିଜଣ ପ୍ରାଣ ହରାଇଛନ୍ତି ।ସିନ୍ଧ ପ୍ରଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବାହାରୁ ଅଧିକ ଡାକ୍ତରଙ୍କୁ ସେଠାକୁ ପଠାଯାଇଛି ।ଶ୍ରୀଲଙ୍କାରେ ୫୩ ଜଣ ଆକ୍ରାନ୍ତ ହେଲେଣି ।ସାରା ବିଶ୍ବରେ କରୋନାର ପ୍ରକୋପ ବଢୁଥିବାରୁ ଏହାକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସବୁ ଦେଶକୁ ବ୍ୟାପକ ପ୍ରସ୍ତୁତି କରିବାକୁ ଆହ୍ବାନ ଦେଇଛି ।

   Related Posts