Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ୟୁରୋପରେ ଅଢେଇ ଲକ୍ଷ ଲୋକ କରୋନା ସଂକ୍ରମିତ, ଇରାନରେ ଆହୁରି ୧୫୭ ମୃତ

26/03/2020 at 8:08 PM

ଲଣ୍ଡନ, ୨୬|୦୩: ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ଭାଇରସ ଥମିବାର ନାଁ ନେଉନାହିଁ । ଏବେ ସୁଦ୍ଧା ୨୧ ହଜାରରୁ ଅଧିକ ଜଣ ପ୍ରାଣ ହରାଇ ସାରିଛନ୍ତି । କରୋନାକୁ ରୋକିବା ପାଇଁ ୨୦୦ କୋଟିରୁ ଅଧିକ ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି । ବ୍ରିଟେନର ଲଣ୍ଡନ ଓ ସ୍ପେନର ମାଦ୍ରିଦ କରୋନା ଭାଇରସର କେନ୍ଦ୍ର ପାଲଟିଛି । ଏଠାରେ ଦୁଇ ଦିନରେ ମୃତ୍ୟୁସଖ୍ୟା ଦ୍ୱିଗୁଣା ହୋଇଯାଇଛି ।

ୟୁରୋପରେ କରୋନା ଭାଇରସ ମାମଲା ଅଢେଇ ଲକ୍ଷ ଅତିକ୍ରମ କରିଛି । ଏଥିରୁ ଅଧାରୁ ଅଧିକ ମାମଲା ଇଟାଲୀ ଓ ସ୍ପେନର ଅଟେ । ଏଠାରେ ମୃତ୍ୟୁସଂଖ୍ୟା ମଧ୍ୟ ୧୪, ୬୪୦ରେ ପହଁଚିଛି । ଇଟାଲୀରେ ସଂକ୍ରମିତଙ୍କ ସଂଖ୍ୟା ୭୪,୩୮୬ ରହିଥିବା ବେଳେ ସ୍ପେନରେ ୫୬,୧୮୮ ରହିଛି ।

ସେହିପରି ଏସିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ୯୩୭ରେ ପହଁଚିଛି । ଏହା ମଧ୍ୟରୁ ୩୬୩୬ଜଣ ପ୍ରାଣ ହହରାଇଛନ୍ତି । ଅଷ୍ଟ୍ରେଲିଆରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୮୦୦ ରହିଥିବା ବେଳେ ଏହା ମଧ୍ୟରୁ ୧୨ଜଣ ପ୍ରାଣ ହରାଇଛନ୍ତି । ସେହିପରି ଇରାନରେ ଆହୁରି ୧୫୭ ଜଣ ପ୍ରାଣ ହରାଇଛନ୍ତି । ଏଠାରେ ମୋଟ ମୃତ୍ୟୁସଂଖ୍ୟା ୨୨୩୪ ହୋଇଯାଇଛି ।

   Related Posts