Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଦେଶ ପାଇଁ ଘାତକ ଥିଲା ଏହି ସପ୍ତାହ : ୭ ଦିନରେ ୨.୪ ଲକ୍ଷ ସଂକ୍ରମିତ, ଗୋଟିଏ ଦିନରେ ୪୦ ହଜାରରୁ ଅଧିକ ନୂଆ ମାମଲା

20/07/2020 at 12:08 PM

ନୂଆଦିଲ୍ଲୀ ୨୦/୦୭ : ଦେଶରେ କରୋନା ସଂକ୍ରମିତନ୍କ ସଂଖ୍ୟା ୧୧ ଲକ୍ଷ ପାର ହୋଇଛି | ଏବେ ସୁଦ୍ଧା ୧୧ ଲକ୍ଷ ୧୮ ହଜାର ୧୭ ଜଣ ସଂକ୍ରମଣର ଶିକାର ହୋଇଛନ୍ତି | ରବିବାର ଦିନ ସବୁଠାରୁ ଅଧିକ ରେକର୍ଡ ସଂଖ୍ୟକ ୪୦ ହଜାର ୧୫୩ ନୂଆ ମାମଲା ସାମ୍ନାକୁ ଆସିଥିଲା | ଶନିବାର ଦିନ ୩୮ ହଜାର ୯୦୨ ନୂଆ ମାମଲା ସାମ୍ନାକୁ ଆସିଥିଲା | ତେବେ ଭଲ ଖବର ମଧ୍ୟ ରହିଛି | ଦେଶରେ ସୁସ୍ଥଙ୍କ ସଂଖ୍ୟା ୭ ଲକ୍ଷ ପାର ହୋଇଛି | ଏବେ ସୁଦ୍ଧା ୭ ଲକ୍ଷ ୩୩୯ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଗୋଟିଏ ସପ୍ତାହରେ ୨୧ ପ୍ରତିଶତ ମାମଲା ସାମ୍ନାକୁ ଆସିଛି |

ଜୁନ ୨୨ ରୁ ୨୮ ତାରିଖ ମଧ୍ୟରେ ୧.୨ ଲକ୍ଷ ମାମଲା ସାମ୍ନାକୁ ଆସିଛି | ଜୁନ ୨୯ ତାରିଖରୁ ଜୁଲାଇ ୫ ତାରିଖ ମଧ୍ୟରେ ୧.୫ ଲକ୍ଷ କରୋନା ମାମଲା ସାମ୍ନାକୁ ଆସିଛି | ଜୁଲାଇ ୬ ରୁ ୧୨ ତାରିଖ ମଧ୍ୟରେ ୧.୮ ଲକ୍ଷ ନୂଆ କରୋନା ମାମଲା ସାମ୍ନାକୁ ଆସିଛି | ଜୁଲାଇ ୧୩ ରୁ ୧୯ ତାରିଖ ମଧ୍ୟରେ ୨.୪ ଲକ୍ଷ କରୋନା ସଂକ୍ରମଣର ଶିକାର ହୋଇଛନ୍ତି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତତାମାନ ୩ ଲକ୍ଷ ୯୦ ହଜାର ୪୫୯ ଆକ୍ଟିଭ ମାମଲା ରହିଛି | କରୋନାରେ ଏବେ ସୁଦ୍ଧା ୨୭ ହଜାର ୪୯୭ ଜଣ ପ୍ରାଣ ହରାଇଛନ୍ତି | ୭ ଲକ୍ଷ ୮୬ ଜଣ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି |

କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମହାରାଷ୍ଟ୍ର | ମହାରାଷ୍ଟ୍ରରେ ସବୁଠାରୁ ଅଧିକ ଆକ୍ଟିଭ ମାମଲା ରହିଛି | ମହାରାଷ୍ଟ୍ରରେ ଲକ୍ଷେରୁ ଅଧିକ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି | ଦ୍ୱିତୀୟ ସ୍ଥାନରେ ଅଛି ତାମିଲନାଡୁ | ତୃତୀୟରେ ଅଛି କର୍ଣ୍ଣାଟକ ଓ ଚତୁର୍ଥ ସ୍ଥାନରେ ଆନ୍ଧ୍ରପ୍ରଦେଶ | ପଞ୍ଚମ ସ୍ଥାନରେ ରହିଛି ଦେଶର ରାଜଧାନୀ ଦିଲ୍ଲୀ | ଏହି ୫ଟି ରାଜ୍ୟରେ ସବୁଠାରୁ ଅଧିକ ଆକ୍ଟିଭ ମାମଲା ରହିଛି | ଆକ୍ଟିଭ ମାମଲାରେ ଭାରତ  ଦୁନିଆରେ ଚତୁର୍ଥ ସ୍ଥାନରେ ରହିଛି |

ପ୍ରଥମଥର ପାଇଁ ଦେଶରେ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁହାର ହ୍ରାସ ପାଇଛି | ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ମୃତ୍ୟୁହାର ୨.୫ ପ୍ରତିଶତରୁ କମ ରେକର୍ଡ କରାଯାଇଛି | ଏବେ ସୁଦ୍ଧା ୬.୭୭ ଲକ୍ଷ ଲୋକ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି | ଇଣ୍ଡିଆନ ମେଡିକାଲ ଅଫ କାଉନସିଲ (ICMR) ଅନୁଯାୟୀ, ଦେଶରେ ଏବେ ସୁଦ୍ଧା ୧ କୋଟି ୪୦ ଲକ୍ଷ ୪୭ ହଜାର ୯୦୮ କରୋନା ଯାଞ୍ଚ ହୋଇଛି |

   Related Posts