ଆମେରିକା ଇତିହାସରେ ପ୍ରଥମ: ଗୃହରେ ପାରିତ ହେଲା ୨.୨ ଟ୍ରିଲିୟନ ଡଲାରର କରୋନା ଭାଇରସ ବିଲ୍

Published By : Prameya-News7 Bureau | March 28, 2020 IST

ନ୍ୟୁୟର୍କ, ୨୮|୦୩: ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ଶୁକ୍ରବାର କରୋନା ମୁକାବିଲା ପାଇଁ ୨.୨ ଟ୍ରିଲିୟନ ଡଲାରର ଆର୍ଥିକ ପ୍ୟାକେଜ ବିଲକୁ ପାରିତ କରିଛି । ଏହା ଆମେରିକା ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି । ଏହି ପ୍ୟାକେଜ କରୋନାରେ ପ୍ରଭାବିତ ହୋଇଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଖର୍ଚ୍ଚ ହେବ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିରେ ସ୍ୱାକ୍ଷର କରିବା ପରେ ଏହା ଆଇନରେ ପରିଣତ ହେବ ।

ଏହି ବିଲ ପ୍ରଥମେ ସିନେଟ୍ ଓ ପରେ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭରେ ପାରିତ ହୋଇଥିଲା । ଏଥିରୁ ଆମେରିକା ସରକାର କରୋନା ମୁକାବିଲା ପାଇଁ କେତେ ସମ୍ବେଦନଶୀଳ ତାହା ଜଣାପଡୁଛି । ମାରାତ୍ମକ କରୋନା ଭାଇରସ ୧୫୦୦ରୁ ଅଧିକ ଆମେରିକୀୟଙ୍କ ଜୀବନ ନେଲାଣି । ଏହା ସହ ଅନେକକ ବ୍ୟକ୍ତି ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ।

{"id":245117,"width":752,"height":500,"sizeSlug":"large"}

ଗୃହର ବାଚସ୍ପତି ନାନ୍ସୀ ପେଲୋସୀ କହିଛନ୍ତି ଯେ, ଆମେରିକା ଏବେ ଆର୍ଥିକ ଓ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରୁଛି । ଏହା ୧୦୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ସମୟରେ ଗତି କରୁଛି । ୩ ଘଣ୍ଟାର ବିତର୍କ ପରେ ନିମ୍ବ ସଦନ ହି ବିଲକୁ ସମର୍ଥନ କରିଥିଲା । ଆଗକୁ ଯାହା ପଦକ୍ଷେପ ନିଆଯିବ ତାହା ଦେଶର ସ୍ୱାର୍ଥକୁ ନଜରରେ ରଖି କରାଯିବ ବୋଲି ସେ କହିଛନ୍ତି । ଏହି ବିଲରେ ଥିବା ଅର୍ଥରାଶି ମେଡିକାଲ କର୍ମଚାରୀ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉପଯୋଗ ହେବ । ତେବେ ଟ୍ରମ୍ପଙ୍କ ସ୍ୱାକ୍ଷର ପରେ ହିଁ ଏହା ଆଇନରେ ପରିଣତ ହେବ । ଏହା ଆଇନରେ ପରିଣତ ହେବା ପରେ କରେନା ପ୍ରଭାବିତ ବିଭିନ୍ନ ବର୍ଗଙ୍କୁ ଅର୍ଥ ପ୍ରଦାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.