କୋଣାର୍କ ଷ୍ଟେଟ ବ୍ୟାଙ୍କ ନିକଟରୁ ଦୁଇଜଣ ଦଶମ ଶ୍ରେଣୀ ଛାତ୍ର ନିଖୋଜ

Published By : Prameya-News7 Bureau | October 23, 2019 IST

କୋଣାର୍କ୨୩|୧୦: କୋଣାର୍କ ବାଲିଦୋକାନ ଗ୍ରାମର ବିଜୟ ବିଶ୍ୱାଳ ଙ୍କ ପୁଅ ବିଷ୍ଣୁପ୍ରସାଦ ଓ କୋଣାର୍କ ବନଖଣ୍ଡି ଗ୍ରାମ ଦଶମ ଶ୍ରେଣୀ ଛାତ୍ର ବାବୁଲ ମୁରୁଡି ସବୁଦିନ ପରି କୋଣାର୍କ ହାଇସ୍କୁଲ ନିକଟକୁ ଟିଉସନ ପଢିବାକୁ ଆସିଥିଲେ ।  କିନ୍ତୁ ଉଭୟ ଛାତ୍ର ଗତକାଲି ସନ୍ଧ୍ୟା ରେ ଟିଉସନ ଆସି ଘରକୁ ନ ଫେରିବାରୁ ପରିବାର ଲୋକେ ରାତିତମାମ ଖୋଜା ଖୋଜି କରିଥିଲେ l କିନ୍ତୁ ଦୁଇ ଛାତ୍ର ଙ୍କ ପତା ମିଳିନଥିଲା ।

{"id":173928}

ଫଳରେ ଉଭୟ ପରିବାର ପକ୍ଷରୁ  କୋଣାର୍କ ଥାନାରେ ଏତଲା ଦିଆଯାଇଛି l ପୁଅ କୁ କିଏ ଅପହରଣ କରି ନେଇଯାଇଥିବା ସନ୍ଦେହ ହେଉଥିବାରୁ ପରିବାର ଲୋକେ ଅଭିଯୋଗ କରିଛନ୍ତି l ଛାତ୍ର ଦୁହେଁ ନିଖୋଜ ଥିବାରୁ ପରିବାର ସମସ୍ତ ସଦସ୍ୟ ଭାଙ୍ଗି ପଡିଛନ୍ତି l

{"id":173930}

ଏପଟେ କୋଣାର୍କ ପୋଲିସ ଏତଲା ଅନୁସାରେ  ମାମଲା ୠଜୁକରି ଉଭୟ ନିଖୋଜ ଛାତ୍ର ଙ୍କ ସନ୍ଧାନ ପାଇବା ପାଇଁ ଖୋଜୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.