ପିଲାଦିନୁ ପର୍ବତ ସହ ବନ୍ଧୁତା କରିଥିଲେ, ଶେଷରେ ଏଭେରେଷ୍ଟରେ ଉଡ଼ାଇଲେ ତ୍ରିରଙ୍ଗା : ମିଳିଲା ପଦ୍ମ ଭୂଷଣ ପୁରସ୍କାର, ଜଣାନ୍ତୁ ସେ କିଏ

Published By : Prameya-News7 Bureau | January 28, 2019 IST

ଡେରାଡୁନ ୨୮/୧ : ମଣିଷ ଜୀବନ ଏଭେରେଷ୍ଟ ଶୃଙ୍ଗ ଭଳି | ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ | ମଣିଷକୁ ଖରାପ ସମୟରେ ଦୃଢ ଭାବେ ସାମ୍ନା କରିବା ଉଚିତ | ଖରାପ ସମୟ ସହ ଲଢ଼ି ଜୀବନରେ ଯିଏ ଆଗକୁ ବଢି ଚାଲିଲା ସେ ପ୍ରକୃତ ଖିଲାଡୀ | ଭାରତର ପ୍ରଥମ ମହିଳା ପର୍ବତାରୋହୀ ବଛେନ୍ଦ୍ରୀ ପାଲଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା | ବୈଛେନ୍ଦ୍ରୀ ପାଲ ଏହି ସମ୍ମାନ ନାରୀ ଶକ୍ତିକୁ ସମର୍ପିତ କରିଥିଲେ | ଉତ୍ତରାଖଣ୍ଡର ପ୍ରସିଦ୍ଧ ଜାଗର ସମ୍ରାଟ ପ୍ରିତମ ଭାରତବାଣଙ୍କୁ ପଦ୍ମଶ୍ରୀ ମିଳିଛି | ଦେଶର ଶୀର୍ଷ ପୁରସ୍କାର ପାଇଁ ରାଜ୍ୟର ଦୁଇ ହସ୍ତୀଙ୍କୁ ଚୟନ କରାଯିବା ନିଶ୍ଚୟ ଗର୍ବ ଗୌରବର ବିଷୟ |

{"id":79078}


ବଚ୍ଛେନ୍ଦ୍ରି ୧୨ ବର୍ଷ ବୟସରେ ପର୍ବତ ଆରୋହଣ ଅଭିଯାନ ଆରମ୍ଭ କରିଦେଇଥିଲେ | ୧୯୮୪ ମସିହାରେ ଭାରତର ଚତୁର୍ଥ ଏଭେରେଷ୍ଟ ଆରୋହଣ ଅଭିଯାନ ଆରମ୍ଭ ହୋଇଥିଲା | ଏହି ଅଭିଯାନରେ ବଛେନ୍ଦ୍ରିଙ୍କ ସମେତ ୭ଜଣ ମହିଳା ଏବଂ ୧୧ ଜଣ ପୁରୁଷ ରହିଥିଲେ | ଏହି ଟିମ ୧୯୮୪ ମସିହା ମେ ୩୦ ତାରିଖରେ ୨୯୦୧୮ ଫୁଟ (୮୮୪୮ ମିଟର) ଉଚ୍ଚରେ ସାଗରମଥା ଏଭେରେଷ୍ଟ ଉପରେ ଭାରତର ପତାକା ଉଡ଼ାଇଥିଲେ | ଏଭେରେଷ୍ଟ ଆରୋହଣ କରିବାରେ ବୈଛେନ୍ଦ୍ରୀ ବିଶ୍ୱର ୫ମ ତଥା ଭାରତର ପ୍ରଥମ ମହିଳା |

{"id":79079}


୧୯୯୪ ମସିହାରେ ବଛେନ୍ଦ୍ରୀ ଗଙ୍ଗା ନଦୀରେ ହରିଦ୍ୱାରରୁ କୋଲକାତା ଯାଏଁ ୨୫୦୦ କି:ମି: ଲମ୍ବା ନୌକା ଅଭିଯାନର ନେତୃତ୍ୱ ନେଇଥିଲେ | ସେ ହିମାଳୟର ଭୁଟାନ, ନେପାଳ, ଲେହ ଏବଂ ସିୟାଚୀନ ଗୁଆଲିୟର ଦେଇ କାରକୋରମ ପର୍ବତ ଶୃଙ୍ଗ ପର୍ଯ୍ୟନ୍ତ ୪୦୦୦ କି:ମି: ଲମ୍ବା ଅଭିଯାନକୁ ସମାପ୍ତ କରିଥିଲେ | ସେହି ଦୁର୍ଗମ ଅଂଚଳରେ ମଧ୍ୟ ବଛେନ୍ଦ୍ରୀ ପ୍ରଥମ ମହିଳାଭାବେ ଅଭିଯାନ କରିଥିଲେ |

{"id":79081}


ବଛେନ୍ଦ୍ରୀଙ୍କ ଘର ଉତ୍ତରକାଶୀରେ | ଡେରାଡୁନ ଜିଲ୍ଲାର ରାୟପୁର ବ୍ଲକ ସେଲା ଗାଁରେ ରହୁଥିଲେ ବଛେନ୍ଦ୍ରୀ | ତାଙ୍କୁ ଯେତେବେଳେ ୬ବର୍ଷ ବୟସ ହୋଇଥିଲା ସେତେବେଳେ ସେ ସେଠାକାର ପାରମ୍ପରିକ ଗୀତ ଗାଉଥିଲେ | ୧୯୮୮ ମସିହାରେ ସେ ଅଲ ଇଣ୍ଡିଆ ରେଡ଼ିଓରେ ଯୋଗ ଦେଇଥିଲେ |

{"id":79080}


ବଛେନ୍ଦ୍ରୀଙ୍କୁ ପଦ୍ମଭୂଷଣ ସମ୍ମାନ ଘୋଷଣା ହେବା ପରେ ସେ କହିଥିଲେ ଯେ, ପଦ୍ମଭୂଷଣରେ ସମ୍ମାନିତ ହେବା ଅତ୍ୟନ୍ତ ଗୌରବର ବିଷୟ | କିନ୍ତୁ ସେ ଏହି ପୁରସ୍କାର ମହିଳା ଶକ୍ତିକୁ ପ୍ରଦାନ କରିବେ ବୋଲି କହିଥିଲେ | ଆଜି ଦେଶରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ବଛେନ୍ଦ୍ରୀଙ୍କ ଭଳି ବିଭିନ୍ନ କ୍ଷେତ୍ରରେ ଆକାଶ ଛୁଇଁଲେଣି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.