Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପ୍ରଥମ କରି ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ଉଡିଲା ଗେରୁଆବାନା: ଗୋଟିଏ ବି ବିଧାୟକ ନଜିତି ମଧ୍ୟ ଜିତିଲେ ଅପରାଜିତା

24/05/2019 at 7:15 PM

ଭୁବନେଶ୍ବର୨୪|୫: ନିର୍ବାଚନ ଫଳରେ ଭୁବନେଶ୍ୱର ଦେଖିଛି ଭିନ୍ନ ଏକ ସମୀକରଣ । ଏହି ଲୋକସଭା ଅଧୀନର ୬ଟି ବିଧାନସଭାରେ ବାଜି ମାରିଛି ବିଜେଡି । ଜଟଣୀରେ ବିଜୟ ଲାଭ କରିଛି କଂଗ୍ରେସ । ତେବେ ଭୁବନେଶ୍ୱର ସାଂସଦ ଭାବେ ଜିତିଛନ୍ତି ବିଜେପିର ଅପରାଜିତା ଷଡଙ୍ଗୀ ।

ପ୍ରଥମ କରି ଭୁବନେଶ୍ବର ଲୋକସଭା କ୍ଷେତ୍ରରେ ଉଡିଲା ଗେରୁଆବାନା । ୧୯୯୮ରୁ ବିଜେଡି କବଜାରେ ଥିବା ଏହି ଆସନକୁ ଛଡାଇ ନେଇଛି ବିଜେପି । ଏଠି ଆଇଏଏସ୍-ଆଇପିଏସ୍ ଲଢେଇ ଜୋରଦାର ହୋଇଥିଲା । ଶେଷରେ କିନ୍ତୁ ଭାରିପଡିଗଲେ ପୂର୍ବତନ ପ୍ରଶାସିକା ଅପରାଜିତା ଷଡଙ୍ଗୀ । ବିଜେଡି ପ୍ରାର୍ଥୀ ଅରୂପ ମୋହନ ପଟ୍ଟନାୟକଙ୍କୁ ୨୩ ହଜାର ୮୩୯ ଭୋଟରେ ମାତ୍ ଦେଇଛନ୍ତି ।

ଭୁବନେଶ୍ବର ଲୋକସଭା ଅଧିନ ୭ଟି ବିଧାନସଭା ଆସନରୁ ବିଜେପି ଗୋଟିଏ ଜିତିନି, କିନ୍ତୁ ସାଂସଦ ପ୍ରାର୍ଥୀଙ୍କ ପ୍ରତି ଅପୂର୍ବ ସମର୍ଥନ ଅଜାଡି ଦେଇଛନ୍ତି ଭୋଟର । ୬ଟିରେ ବିଜେଡି ବିଜୟ ବାନା ଉଡ଼ାଇଥିବା ବେଳେ କେବଳ ଜଟଣୀ ଯାଇଛି କଂଗ୍ରେସ ଖାତାକୁ । ଭୁବନେଶ୍ବରରକୁ ଦେଶର ୧ ନମ୍ବର ସଂସଦୀୟ କ୍ଷେତ୍ର କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ନବନିର୍ବାଚିତ ସାଂସଦ ଅପରାଜିତା ଷଡଙ୍ଗୀ ।

ଭୁବନେଶ୍ବରରେ ବିଜେପି, ବିଜେଡି ମଧ୍ୟରେ କଣ୍ଟେକା ଟକ୍କର ହୋଇଥିଲା । ଯାହା ସୂଚାଉଛି ଭୋଟ ବ୍ୟବଧାନ । ଅପରାଜିତାଙ୍କ ଖାତାକୁ ୪ ଲକ୍ଷ ୮୬ ହଜାର ୯୯୧ ଭୋଟ ଯାଇଥିବା ବେଳେ ଅରୂପ ପାଇଛନ୍ତି ୪ ଲକ୍ଷ ୬୩ ହଜାର ୧୫୨ ଭୋଟ ।

କଂଗ୍ରେସ ସମର୍ଥିତ ସିପିଆଇଏମ୍ ପ୍ରାର୍ଥୀ ଜନାର୍ଦ୍ଦନ ପତି ପାଇଛନ୍ତି ମାତ୍ର ୨୩ ହଜାର ୨୬ ଭୋଟ । ଜୟଦେବରରେ ଅରୂପଙ୍କୁ ୨୦ ହଜାରରୁ ଅଧିକ ଲିଡ୍ ମିଳିଥିବା ବେଳେ ଭୁବନେଶ୍ବର ମଧ୍ୟ, ଏକାମ୍ର, ଜଟଣୀ, ବେଗୁନିଆ ବୋଲଗଡ଼ରେ ଅପରାଜିତାଙ୍କୁ ଅଧିକ ଭୋଟ ମିଳିଛି ।

   Related Posts