ପ୍ରଥମଥର ପାଇଁ ବିମାନ ଯୋଗେ ଶ୍ରମିକଙ୍କ ଘରବାହୁଡା : ଫେରିଲେ ୧୮୦ ପ୍ରବାସୀ ଶ୍ରମିକ

Published By : Prameya-News7 Bureau | May 28, 2020 IST

ରାଞ୍ଚି ୨୮/୦୫ : ଝାରଖଣ୍ଡ ସରକାରଙ୍କ ପ୍ରୟାସ ଏବଂ ଏଲୁମନାଇ ନେଟୱାର୍କ ଅଫ ନ୍ୟାସନାଲ ସ୍କୁଲ ବେଙ୍ଗାଲୁରୁ ସହଯୋଗରେ ଏୟାର ଏସିଆ ବିମାନରେ ଗୁରୁବାର ସକାଳ ୮ଟା ୧୫ ମିନିଟରେ ଝାରଖଣ୍ଡର ୧୮୦ ପ୍ରବାସୀ ଶ୍ରମିକ ମୁମ୍ବାଇରୁ ରାଞ୍ଚି ବିମାନବନ୍ଦରରେ ପହଞ୍ଚିବେ | ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏଥିପାଇଁ ଏଲୁମନାଇ ନେଟୱାର୍କ ଅଫ ନ୍ୟାସନାଲ ସ୍କୁଲକୁ ଖୁବ ପ୍ରଶଂସା କରିଛନ୍ତି |

{"id":277320,"sizeSlug":"large"}

ପ୍ରବାସୀ ଶ୍ରମିକ ବିମାନରେ ଘରକୁ ଫେରିଥିବା ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ସରକାରଙ୍କ ପ୍ରାଥମିକତା ସହ ଶ୍ରମିକଙ୍କୁ ସକୁଶଳ ଘରକୁ ଫେରାଇ ନେବାକୁ ହେବ | ଏଥିପାଇଁ ଅନେକ ପ୍ରୟାସ କରାଯାଉଛି | ଖୁବ ଶୀଘ୍ର ଲଦାଖ ଓ ଆଣ୍ଡାମାନ ନିକୋବରରେ ଫସି ରହିଥିବା ଝାରଖଣ୍ଡ ଶ୍ରମିକଙ୍କୁ ମଧ୍ୟ ସରକାର ବିମାନ ଯୋଗେ ନିଜ ଘରକୁ ପଠାଇବେ |

{"id":277318,"width":580,"height":386,"sizeSlug":"large"}

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରୟାସକୁ କେନ୍ଦ୍ର ସରକାର ବିମାନ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ଆଣିବାକୁ ସ୍ୱୀକୃତି ଦେଇଛନ୍ତି | ସରକାରଙ୍କ ମଞ୍ଜୁରୀ ପରେ ପ୍ରଥମଥର ୧୮୦ ଶ୍ରମିକ ମୁମ୍ବାଇରୁ ଏୟାର ଏସିଆ ବିମାନରେ ରାଞ୍ଚିକୁ ଆସୁଛନ୍ତି | ରାଜ୍ୟ ଶ୍ରମମନ୍ତ୍ରୀ ସତ୍ୟାନନ୍ଦ ଭୋକ୍ତା ଏହି ପଦକ୍ଷେପକୁ ସ୍ୱାଗତ ଜଣାଇ କହିଛନ୍ତି ଯେ ଶ୍ରମିକଙ୍କୁ ସେଠାରେ ରୋଜଗାର ମଧ୍ୟ ଜଗାଇ ଦିଆଯିବ | ରାଜ୍ୟରେ ଶ୍ରମିକଙ୍କ ପାଇଁ ସମସ୍ତ ସୁବିଧା କରାଯିବ | ଏ ପର୍ଯ୍ୟନ୍ତ ପାଖାପାଖି ୨ ଲକ୍ଷ ଶ୍ରମିକ ଝାରଖଣ୍ଡ ଆସି ସାରିଲେଣି |  

{"id":277319,"sizeSlug":"large"}

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପତ୍ର ଲେଖି ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ଚାର୍ଟାଡ଼ ପ୍ଲେନ ଯୋଗେ ରାଜ୍ୟକୁ ଫେରାଇ ଆଣିବାକୁ ଅନୁମତି ମାଗିଥିଲେ | ଲଦାଖ, ଆଣ୍ଡାମାନ ନିକୋବର ଏବଂ ଉତ୍ତର-ପୂର୍ବ ଅଞ୍ଚଳରେ ଫସି ରହିଥିବା ଶ୍ରମିକଙ୍କୁ ଚାର୍ଟାଡ଼ ପ୍ଲେନ ଯୋଗେ ଫେରାଇ ଆଣିବାକୁ ପତ୍ର ଯୋଗେ ସେ ଅନୁମତି ମାଗିଥିଲେ | ଝାରଖଣ୍ଡ ସରକାରଙ୍କ କହିବାନୁଯାୟୀ, ଲଦାଖ, ଆଣ୍ଡାମାନ ଏବଂ ଉତ୍ତର-ପୂର୍ବରେ ଫସି ରହିଥିବା ଶ୍ରମିକଙ୍କୁ ବସ କିମ୍ବା ଟ୍ରେନରେ ଆଣିବା ସମ୍ଭବ ନୁହେଁ | ଏହିସବୁ ଅଞ୍ଚଳରୁ ଶ୍ରମିକଙ୍କୁ ପ୍ଲେନ ଯୋଗେ ଆସିବାକୁ ଅନୁମତି ମିଳିଲେ ସେମାନେ ସୁରକ୍ଷିତ ଭାବେ ଘରକୁ ଫେରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ | ମେ ୧୨ ତାରିଖରେ ଏନେଇ ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ | ଗୃହମନ୍ତ୍ରୀ ଏଥିପାଇଁ ମଞ୍ଜୁରୀ ଦେଇଥିଲେ | ସୂଚନାଯୋଗ୍ୟ ଯେ, ଲଦାଖରେ ପାଖାପାଖି ୨୦୦ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ପାଖାପାଖି ୪୫୦ ଝାରଖଣ୍ଡ ଶ୍ରମିକ ଫସି ରହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.