Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ରଥଯାତ୍ରା ପୂର୍ବରୁ ସଂପୂର୍ଣ୍ଣ ସଜଡ଼ା ହୋଇପାରିବ କି ପୁରୀ ସହର ? ଡିଜି କ୍ୟାମ୍ପରେ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

28/05/2019 at 5:43 PM

ପୁରୀ ୨୮/୫ : ଫୋନି ଯୋଗୁଁ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ରଥଯାତ୍ରା ଆୟୋଜନରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ଦେଖାଦେଇଛି । ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଲୋକ ସାମିଲ ହେବା ସମ୍ଭାବନା ରହିଛି । ଏହା ସୁଦ୍ଧା ସମସ୍ତ କାର୍ଯ୍ୟ କିପରି ଶେଷ ହେବ ତାହା ବଡ଼ ଚ୍ୟାଲେଞ୍ଜ ହୋଇଛି । ଏଣେ ଏଣେ ଭୁବନେଶ୍ବରରେ ପୋଲିସ ଡିଜି କ୍ୟାମ୍ପରେ ରଥଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରଥଯାତ୍ରା ପୂର୍ବରୁ ସଂପୂର୍ଣ୍ଣ ସଜଡ଼ା ହୋଇପାରିବ କି ପୁରୀ ସହର । ବତ୍ୟା ଫୋନୀ ପରେ ପୁରୀ ସହର ଏକ ପ୍ରକାର ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି । ଯେଉଥିପାଇଁ ଚଳିତ ରଥଯାତ୍ରା ପରିଚାଳନା ବଡ଼ ଚ୍ୟାଲେଞ୍ଜ ହେବ । ଏ ପର୍ଯ୍ୟନ୍ତ ପୁରୀର ଅଧିକାଂଶ ଅଞ୍ଚଳ ବିଦ୍ୟୁତ ସଂଯୋଗ ହୋଇ ପାରି ନାହିଁ । ଅନେକ ଭିତ୍ତିଭୂମି ଭୁସୁଡି ପହିଛି ।

ଫୋନିରେ ହୋଇଥିବା କ୍ଷୟକ୍ଷତି ସଜଡ଼ା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଚାଲିଛି ଏହା ସତ୍ତ୍ବେ ବି ରଥଯାତ୍ରା ପୂର୍ବରୁ ସବୁକିଛି ଠିକ୍‌ଠାକ୍‌ ହୋଇପାରିବ କି?  ଜୁଲାଇ ୪ ତାରିଖରେ ଅନୁଷ୍ଠିତ ହେବ ରଥଯାତ୍ରା । ଏହି ସମୟରେ ଲକ୍ଷ ଲକ୍ଷ ଲୋକ ପୁରୀକୁ ଆସିବେ।  ବିଜୁଳୀ, ଟେଲିଫୋନ, ହୋଟେଲ ଆଦି ବ୍ୟବସ୍ଥା ସଜଡ଼ା ସରିଥିବ କି ନାହିଁ ଏହାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ ।

ଏଭଳି ସ୍ଥିତିରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ ପୂର୍ବରୁ ଆଜି ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି। ରଥଯାତ୍ରା ପୂର୍ବରୁ ପୁରୀ ସହରରେ ସବୁକିଛି ସଜଡ଼ା ହୋଇଯିବ ବୋଲି ପ୍ରଶାସନ ଆଶା ପ୍ରକାଶ କରୁଛି ।

ଭୁବନେଶ୍ବର ପୋଲିସ ଡିଜି କ୍ୟାମ୍ପରେ  ଅନୁଷ୍ଠିତ ହୋଇଯାଇଛି ପ୍ରଥମ ପ୍ରସ୍ତୁତି ବୈଠକ । ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା। ଦେବସ୍ନାନ ପୂର୍ଣିମାଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରା ପୁରୀ ସହରୁ ସୁରକ୍ଷା କଡାକଡି କରିବା ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ପୋଲିସ ଡିଜି ।

ବାତ୍ୟା ଫୋନୀ ପୁରୀରେ ଲାଗିଥିବା ସିସି ଟିଭି କ୍ୟାମେରା କ୍ଷତିଗ୍ରସ୍ତ ହୋଇଛି । ଏହାକୁ ନଜରରେ ରଖି ଅସ୍ଥାୟୀଭାବେ ସିସିଟିଭି କ୍ୟାମେରା ଲଗାଯିବା ନେଇ ନିଷ୍ପତ୍ତି ହୋଇଛି ।

ଦେବସ୍ନାନ ପୂର୍ଣ୍ଣିମା ବେଳେ ଲକ୍ଷାଧିକ ଭକ୍ତ ମଧ୍ୟ ପୁରୀକୁ ଆସିବେ ଏହି ସମୟରେ ମଧ୍ୟ ସବୁକିଛି ବ୍ୟବସ୍ଥିତ କରିବାକୁ ଟାର୍ଗେଟ ରଖାଯାଇଛି।  

   Related Posts