ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାରେ ଭୋଟ୍, ମାଓପ୍ରବଣ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

Published By : Prameya-News7 Bureau | April 10, 2019 IST

କଳାହାଣ୍ଡି ୧୦|୪ : ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି କଳାହାଣ୍ଡି ଜିଲ୍ଲାରେ ଭୋଟ୍ ଗ୍ରହଣ । କଳାହାଣ୍ଡି ଜିଲ୍ଲାର ୫ଗୋଟି ବିଧାନସଭା ଭବାନୀପାଟଣା, ଧର୍ମଗଡ, ଜୁନାଗଡ, ନର୍ଲ।, ଲାଞ୍ଜିଗଡର ୧୧ ଲକ୍ଷ ୨୮ ହଜାର ୧୨୪ ଭୋଟର ୧୪୦୫ ବୁଥରେ ନିଜ ମତାଧିକାର ସାବ୍ୟସ୍ତ କରିବେ । ଜିଲ୍ଲାରେ ମୋଟ୍ ୧୪୦୫ ବୁଥ୍ ରୁ ୨୨୬ ଅତିସମ୍ବଦନଶୀଳ ଚିହ୍ନଟ କରାଯାଇଛି । ସେଥି ମଧ୍ୟରୁ ୧୭୪ଟି ମାଓ ପ୍ରବଣ । ମତଦାନ ପାଇଁ ୧୫୪୬ ପ୍ରିଜାଇଡିଙ୍ଗ ଅଫିସର ଓ ୭୭୩୨ ପୋଲିଂ ଅଫିସର ନିୟୋଜିତ ରହିବେ । ସୁରକ୍ଷା ଦୃଷ୍ଟି କୋଣରୁ ମାଓ ପ୍ରବଣ ଅଚଂଳରେ କର୍ମଚାରୀ ଦିନକ ପୂର୍ବରୁ ପହଂଚି ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.