ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ୍ ; ରାଜ୍ୟର ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ହେବ ମତଦାନ

Published By : Prameya-News7 Bureau | April 10, 2019 IST

ଭୁବନେଶ୍ବର ୧୦|୪ : କାଉଣ୍ଟଡାଉନ ଆରମ୍ଭ । କାଲି ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏଥିପାଇଁ ଅଧିକାଂଶ ବୁଥ୍ ରେ  ଇଭିଏମ ସହ ପୋଲିଂ ପାର୍ଟି ପହଞ୍ଚିଛନ୍ତି । ଯେଉଁ ଅଞ୍ଚଳରେ ଏଯାଏ ପୁଲିଂ ପାର୍ଟି ପହଞ୍ଚି ନାହାନ୍ତି ସନ୍ଧ୍ୟା ସୁଧା ପହଞ୍ଚିଯିବେ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଭଳି ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ମତଦାନ ହେବ । ମତଦାନ ପାଇଁ ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମାଓ ପ୍ରବଣ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

କୋରାପୁଟ ଜିଲ୍ଲାର ମୋଟ୍ ୫ଟି ବିଧାନସଭା ଆସନରେ ୧ ହଜାର ୧୪୧ ବୁଥ୍ କରାଯାଇଛି । ଏହି ସବୁ ବୁଥରେ ୭ ହଜାର ୬୩୦ ଜଣ ପୋଲିଂ ଅଧିକାରୀ ନିୟୋଜିତ ହେବେ । ରାୟଗଡା ଜିଲ୍ଲାର ୩ ନିର୍ବାଚନ ମଣ୍ଡଳୀର ମୋଟ ୯୫୮ ଟି ବୁଥ କରାଯାଇଛି । ପ୍ରତି ବୁଥରେ ୬ ଜଣ ହିସାବରେ ୫ ହଜାର ୭୪୮ ଜଣ କର୍ମଚାରୀ ନିର୍ବ।ଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ।

{"id":101948}

ସେହିପରି ମାଲକାନାଗିରି ଜିଲ୍ଲାରେ ମତଦାନ ପାଇଁ ୫୪୦ଟି ମତଦାନ କେନ୍ଦ୍ର ଭିତରୁ ୧୨୬ଟି ଅତିସମ୍ବେଦନଶୀଳ ବୁଥ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଏସଏଫ, ଏସଓଜି, ଆଇଆରବି ଓ ଡିଭିଏଫ ଯବାନମାନେ ସ୍ଥାନୀୟ ଅଂଚଳରେ କୁମ୍ବିଂ ଅପରେସନ ଜୋରଦାର କରିଛନ୍ତି ।  ଚିତ୍ରକୋଣ୍ଡା ବିଛିନ୍ନାଞ୍ଚଳର ୯ଟି ବୁଥକୁ ଏକାଠି କରାଯାଇଛି ।

ସେହିପରି ନୂଆପଡା ଜିଲ୍ଲାରେ ନିର୍ବାଚନ ସୁରୁଖୁରରେ ସାରିବା ପାଇଁ ଜିଲ୍ଲା ପ୍ରାଶାସନ ବ୍ୟାପକ ବନ୍ଦୋବସ୍ତ କରିଛି ।  ମାଓ ଅଧ୍ୟୁଷିତ ଅଞ୍ଚଳର ୬୮ ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୧୦ଟି ମଡେଲ୍ ବୁଥ୍ କରାଯାଇଛି । ୩୫ଟି ସମ୍ବେଦନଶୀଳ ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.