ଝାରଖଣ୍ଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନରେ ଏହି ଦିଗ୍ଗଜ ନେତାଙ୍କ ମଧ୍ୟରେ ହେଉଛି କଡା ଟକ୍କର, ଅଧିକାଂଶଙ୍କ ଲାଗି ମାନ ସମ୍ମାନର ପ୍ରଶ୍ନ

Published By : Prameya-News7 Bureau | November 30, 2019 IST

ରାଞ୍ଚି ୩୦।୧୧ :ଝାରଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଶନିବାର ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହେଉଛି। ମତଦାନର ଏହି ପର୍ଯ୍ୟାୟରେ ମୋଟ ୧୩ଟି ଆସନ ଲାଗି ଭୋଟ ଗ୍ରହଣ ହେଉଥିବା ବେଳେ ମୈଦାନରେ ୧୮୯ ଜଣ  ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ଏଥିରୁ ଅଧିକାଂଶ ଆସନରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କରର ଏବେଠୁ ଆଭାସ ମିଳିବାରେ ଲାଗିଲାଣି।

{"id":191981,"sizeSlug":"large"}

ପ୍ରଥମ ପର୍ଯ୍ୟାୟ ମତଦାନ ଏବେ ଅନେକ ନେତାଙ୍କ ମାନ ସମ୍ମାନର ପ୍ରଶ୍ନ ପାଲଟିଛି। ଯେପରି ଚତରା ସିଟ୍ ରେ ଆରଜେଡିରୁ ବିଜେପିକୁ ଆସିଥିବା ଆରଜେଡିର ପୂର୍ବତନ ସମ୍ପାଦକ ତଥା ବିଧାୟକ ଜନାର୍ଦ୍ଦନ ପାଶୱାନ।  ଆରଜେଡିର ସତ୍ୟାନନ୍ଦ ଭୋକ୍ତାଙ୍କ ସହ ପାଶୱାନଙ୍କ ଟକ୍କର ହେଉଥିବା ବେଳେ ଗୁମଲା ସିଟ୍ ରେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ମିସିର କୁଜୁରଙ୍କ ସହ ଜେଏମଏମର ଭୂଷଣ ତୀର୍କିଙ୍କ କଡା ମୁକାବିଲା ହେଉଛି।

{"id":191982,"width":577,"height":383,"sizeSlug":"large"}

ସେପଟେ ବିଶୁନପୁର ଜେଏମଏମ ବିଧାୟକ ଚମରା ଲିଣ୍ଡାଙ୍କ ଭାଗ୍ୟ ଏବେ ବାଜିରେ ଲାଗିଛି ବୋଲି କହିଲେ ଚଳେ। ଲୋହାରଦାଗାରେ କଂଗ୍ରେସରୁ ବିଜେପିକୁ ଆସିଥିବା ବିଧାୟକ ସୁଖଦେବ ଭଗତ ଓ କଂଗ୍ରେସ ଅଧ୍ୟକ୍ଷ ରାମେଶ୍ୱର ଓରାମଙ୍କ ମଧ୍ୟରେ ମୁହାଁମୁହିଁ ଟକ୍କର ହେଉଛି। ସେହିପରି ମନିକାରେ ଆରଜେଡିରୁ କଂଗ୍ରେସକୁ ଆସିଥିବା  ରାମଚନ୍ଦ୍ର ସିଂହଙ୍କ ଇଜ୍ଜତ ଏବେ ବାଜିରେ ଲାଗିଛି।

{"id":191983,"sizeSlug":"large"}

ପାଙ୍କି ବିଧାନସଭା ଆସନରେ କଂଗ୍ରେସ ବିଧାୟକ ଦେବେନ୍ଦ୍ର ସିଂହ ବିଟ୍ଟୁ ଓ ଜେଏମଏମରୁ ବିଜେପିକୁ ଆସିଥିବା ଶଶି ଭୂଷଣ ମେହେଟାଙ୍କ ମଧ୍ୟରେ କଡା ମୁକାବିଲା ହେଉଛି। ସେପଟେ ଡାଲ୍ଟନ ଗଞ୍ଜରେ ପୂର୍ବତନ ମନ୍ତ୍ରୀ ଓ କଂଗ୍ରେସ ନେତା କୃଷ୍ଣାନନ୍ଦ ତ୍ରିପାଠୀ ମଧ୍ୟ ନିର୍ବାଚନ ମୈଦାନରେ ଅଛନ୍ତି। ସେହିପରି ଭବନାଥପୁର ସିଟ୍ ରେ ପୂର୍ବତନ ମନ୍ତ୍ରୀ ଭାନୁପ୍ରତାପ ସାହିଙ୍କୁ ଏବେ  ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖାଯାଉଛି। ସେ ନିର୍ବାଚନ ଲାଗି ନିଜ ପାର୍ଟି ଏନଜେଏମଏମକୁ ବିଜେପିରେ ବିଲୟ କରିଦେଇଛନ୍ତି। ଏଠାରେ ଭାନୁ ପ୍ରତାପଙ୍କ ସହ ନିର୍ଦ୍ଦଳୀୟ ନିର୍ବାଚନ ଲଢୁଥିବା ପୂର୍ବତନ କଂଗ୍ରେସ ବିଧାୟକ ଅନନ୍ତ ପ୍ରତାପ ଦେବ ଓ ଜେଭିଏମର ବିଜୟ କୁମାର କେଶରୀଙ୍କ ସହିତ ହେଉଛି।

{"id":191984,"width":577,"height":323,"sizeSlug":"large"}

ତେବେ ସବୁଠୁ ବଡ କଥା ହେଉଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭବନାଥ ପୁର ଆସନରେ ସବୁଠୁ  ଅଧିକ ୨୮ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ବିନୟ କୁମାର ଚୌବେଙ୍କ ସୂଚନା ଅନୁସାରେ ଗୁମଲାରୁ ୧୨, ବିଶୁନପୁରରୁ (ଏସଟି)୧୨,ଲୋହାରଦାଗା (ଏସଟି)ରୁ ୧୧, ପାଙ୍କୀ ସିଟ୍ ରୁ ୧୫, ଡାଲ୍ଟନ ଗଞ୍ଜ ସିଟ୍ ରୁ ୧୫, ବିଶ୍ରାମପୁର ସିଟ୍ ରୁ ୧୯, ଛତରପୁର (ଏସସି)  ସିଟ୍ ରୁ ୧୨, ହୁସୈନାବାଦ ସିଟ୍ ରୁ ୧୯ ଓ ଗଢବା ସିଟ୍ ରୁ ସର୍ବାଧିକ ୧୬ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.