ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ୪ଲୋକସଭା ପାଇଁ ୩୦ପ୍ରାର୍ଥୀ ଓ ୨୮ବିଧାନସଭା ପାଇଁ ୨୪୫ ପ୍ରାର୍ଥୀ କଲେ ନାମାଙ୍କନ

Published By : Prameya-News7 Bureau | March 25, 2019 IST

ଭୁବନେଶ୍ବର ୨୫/୩: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ଥିଲା। ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୨୮ଟି ବିଧାନସଭା ଆସନପାଇଁ ୨୪୫ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିଭଳି ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ୪ଟି ଲୋକସଭା ଆସନ ପାଇଁ ୩୦ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆଜି ଗୋଟିଏ ଦିନରେ କେବଳ ୨୦୭ଜଣ ବିଧାନସଭା ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ୨୨ଜଣ ଲୋକସଭା ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

{"id":96853,"width":598,"height":336}


ଅପରପକ୍ଷରେ ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୯୬ଜଣ ବିଧାନସଭା ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିସାରିଥିବାବେଳେ ୨୧ଜଣ ଲୋକସଭା ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି।

{"id":96854,"width":594,"height":334}

ଆଜି ଗୋଟିଏ ଦିନରେ ଦ୍ବିତୀୟ ପର୍ଯ୍ୟାୟର ୮୭ଜଣ ବିଧାନସଭା ପ୍ରାର୍ଥୀ ଏବଂ ୧୭ଜଣ ଲୋକସଭା ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପୁରରୁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ବରଗଡ଼ ଲୋକସଭା ଆସନ ପାଇଁ ବିଜେଡ଼ିରୁ ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଜେପିରୁ ସୁରେଶ ପୂଜାରୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

{"id":96855,"width":591,"height":332}

ସେହିଭଳି କଳାହାଣ୍ଡି ଲୋକସଭା ଆସନ ପାଇଁ ବିଜେଡ଼ିରୁ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ବିଜେପିରୁ ବସନ୍ତ ପଣ୍ଡା ପ୍ରାର୍ଥୀପତ୍ର ଦାଖଲ କରିଥିଲେ। କୋରାପୁଟ ଲୋକସଭା ଆସନରୁ ସତ୍ୟଗିରି ଉଲାକା ,ଫୁଲବାଣୀ ଲୋକସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ, ସୁନ୍ଦରଗଡ଼ ଲୋକସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ସୁନୀତା ବିଶ୍ବାଳ ଆଦି ବହୁ ନେତା ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସୂଚନା ଯୋଗ୍ୟ ଯେ ଏପ୍ରିଲ ୧୧ତାରିଖରେ ଓଡ଼ିଶାର ୪ଟି ଲୋକସଭା ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ମତ ଗ୍ରହଣ ହେବ। ଏହି ୪ଟି ଲୋକସଭା ଆସନ ହେଲା ବ୍ରହ୍ମପୁର,କୋରାପୁଟ,ନବରଙ୍ଗପୁର ଓ କଳାହାଣ୍ଡି।

{"id":96856,"width":597,"height":336}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.