Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର : ଦେଶର ୨୦ଟି ରାଜ୍ୟର ମୋଟ୍‌ ୯୧ ଟି ଲୋକସଭା ପାଇଁ ମତଦାନ

9/04/2019 at 6:59 PM

ଭୁବନେଶ୍ବର ୯/୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟା ୫ଟାରେ ସରିଛି ପ୍ରଚାର । ପ୍ରଥମ ପର୍ଯ୍ୟାୟ ପାଇଁ ଏପ୍ରିଲ୍ ୧୧ରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ଭୋଟ୍‌ ଗ୍ରହଣ ହେବ । ଶେଷ ମୁହୁର୍ତ୍ତରେ ଭୋଟରଙ୍କୁ ନିଜ ଆଡକୁ ଟାଣିବା ପାଇଁ ମୈଦାନରେ ପ୍ରାର୍ଥୀ ଜୋରଦାର କସରତ  କରିଛନ୍ତି । ଭବାନୀପାଟଣାରେ ନବୀନ ରୋଡ୍‌ ସୋ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦଳର ନେତା ପ୍ରଚାର କରିଛନ୍ତି ।

ସରିଛି ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର । ୧୧ ତାରିଖରେ ୪ ଲୋକସଭା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଆସନ ଏବଂ ଏହା ଅନ୍ତର୍ଗତ ମୋଟ୍‌ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ । ଶେଷ ମୂହୂର୍ତ୍ତରେ ସବୁ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶୋଭାଯାତ୍ରା କରି ଭୋଟ୍ ଭିକ୍ଷା କରିଛନ୍ତି । କଳାହାଣ୍ଡି ଭବାନୀପାଟଣା, ଜୟପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ୍ ପ୍ରଚାର କରିଛନ୍ତି । କେନ୍ଦ୍ର ଉପରେ ପୁଣି ବର୍ଷିବା ସହ ବିଜେଡି ସରକାରର ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ବଖାଣିଛନ୍ତି ।ସେପଟେ ବ୍ରହ୍ମପୁରରେ ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡା, ବିଜେପିର ବ୍ରହ୍ମପୁର ବିଧାନସଭା ପ୍ରାର୍ଥୀ କାହ୍ନୁ ଚରଣ ପତି ଓ ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ନିଜ ସମର୍ଥକଙ୍କ ସହ ମାରାଥାନ୍ ଶୋଭାଯାତ୍ରା କରି ଭୋଟ୍ ଭିକ୍ଷା କରିଛନ୍ତି । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ତିରୁପତି ପାଣୀଗ୍ରାହୀ, ମାଲକାନଗିରିରେ ୩ ଦଳର ପ୍ରମୁଖ ପ୍ରାର୍ଥୀ ଶେଷ ଦିନରେ ଜୋରଦାର ପ୍ରଚାର କରିଥିବା ଦେଖିବାକୁ ମିଳିଛି ।

ପ୍ରଥମ ପର୍ଯ୍ୟାୟ ପାଇଁ ନିର୍ବାଚନ ପ୍ରଚାର ସରିଥିବା ବେଳେ ନିଜ ଦଳ ଭଲ ପ୍ରଦର୍ଶନ କରିବ ବୋଲି ନେତାମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏପ୍ରିଲ୍‌୧୧ରେ ରାଜ୍ୟର ୪ ଲୋକସଭା ସମେତ ଦେଶର ୨୦ ରାଜ୍ୟର ମୋଟ୍‌ ୯୧ ଟି ଲୋକସଭା ପାଇଁ ମତଦାନ ହେବ ।

   Related Posts