Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ଦୁର୍ଗମ ଅଞ୍ଚଳକୁ ପଠାଗଲା ପୋଲିଂ ମେସିନ୍ ସହ ଇଭିଏମ୍

9/04/2019 at 6:46 PM

ଭୁବନେଶ୍ବର ୯/୪: ମଝିରେ ଆଉ ଗୋଟିଏ ଦିନ । ୧୧ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ । ଏହି ପର୍ଯ୍ୟାୟରେ  ୪ ଲୋକସଭା ଓ ୨୮ଟି ବିଧାନସଭା ପାଇଁ ଭୋଟ୍ ଗ୍ରହଣ ହେବ। ଏଥି ପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀଗୁଡ଼ିକୁ ଇଭିଏମ ସହ ପୋଲିଂ ପାର୍ଟି ପହଞ୍ଚିବାରେ ଲାଗିଛନ୍ତି । ସେପଟେ ମାଓ ପ୍ରବଣ ଅଂଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ମଝିରେ ଆଉ ମାତ୍ର ଗୋଟିଏ ଦିନ । ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଭଳି ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନରେ ହେବ ଭୋଟ୍‌ ମତଦାନ ପାଇଁ ପ୍ରଶାସନର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ସୁରକ୍ଷିତ ନିର୍ବାଚନ ଓ ଆଇନ ଶୃଙ୍ଖଳା ପାଇଁ ଭୁବନେଶ୍ବର ଡିଜିପିଙ୍କ କ୍ୟାମ୍ପ ଅଫିସରେ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ଗୁଇନ୍ଦା ବିଭାଗର ସ୍ପେଶାଲ ଡିଜି, ପୋଲିସ କମିଶନର, ଏଡିଜି ଅପରେସନଙ୍କ ସହ ଆଲୋଚନା କରିଛନ୍ତି ଡିଜିପି ଇନଚାର୍ଜ ବି.କେ. ଶର୍ମା । ବିଶେଷ କରି ମାଓ ପ୍ରବଣ ଅଞ୍ଚଳରେ କେନ୍ଦ୍ର, ରାଜ୍ୟ ପୋଲିସ ସହ ଏସଓଜି ମିଳିତ ଭାବେ ସୁରକ୍ଷା ଯୋଗାଇବେ । ତେଣୁ ବିନା ଭୟରେ ଭୋଟର କିଭଳି ଭୋଟ ଦେବେ ସେଥିପାଇଁ ପୋଲିସ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଥିବା ଡିଜିପି ଇନଚାର୍ଜ ବି.କେ. ଶର୍ମା ସୂଚନା ଦେଇଛନ୍ତି ।

ଆଜିଠୁ ଦୁର୍ଗମ ଅଞ୍ଚଳକୁ ପୋଲିଂ ଟିମ୍ ସହ ଇଭିଏମ୍ ପଠାଯାଇଛି । କୋରାପୁଟ ଜିଲ୍ଲାର କଟିଆ, ଗୁଲୁର, ଆମ୍ଫାବାଲି, କୁମ୍ଭାରିପୁଟ ଆଦି ଦୁର୍ଗମ ଅଞ୍ଚଳକୁ ପୁଲିଂ ଟିମ୍ ସହ ଇଭିଏମ୍ ପଠାଯାଇଛି । ଜିଲ୍ଲାର ମୋଟ ୫ଟି ବିଧାନସଭା ଆସନରେ ୧ ହଜାର ୧୪୧ ବୁଥ କରାଯାଇଛି । ଏହି ସବୁ ବୁଥରେ ୭ ହଜାର ୬୩୦ ଜଣ ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି। ସେହିପରି ରାୟଗଡା ଜିଲ୍ଲାର ୩ ନିର୍ବାଚନ ମଣ୍ଡଳୀର ମୋଟ ୯୫୮ ଟି ବୁଥ କରାଯାଇଛି । ପ୍ରତି ବୁଥରେ ୬ ଜଣ ହିସାବରେ ୫ ହଜାର ୭୪୮ ଜଣ କର୍ମଚାରୀ ନିର୍ବ।ଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଆଜି ସମସ୍ତ ବୁଥକୁ କର୍ମଚାରୀ ଯାଇଥିବା ବେଳେ ପ୍ରାୟ ୮୦ଟି ସମ୍ବେଦନଶୀଳ ବୁଥକୁ କର୍ମଚାରୀ ଆସନ୍ତକାଲି ସକାଳୁ ଯିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ସେହିପରି ମାଲକାନାଗିରି ଜିଲ୍ଲାରେ ମତଦାନ ପାଇଁ ୫୪୦ଟି ମତଦାନ କେନ୍ଦ୍ର ଭିତରୁ ୧୨୬ଟି ଅତିସମ୍ବେଦନଶୀଳ ବୁଥଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । BSF, SOG, IRB ଓ DBF ଯାବାନମାନେ ସ୍ଥାନୀୟ ଅଂଚଳରେ କୁମ୍ବିଂ ଅପରେସନ ଜୋରଦାର କରିଛନ୍ତି ।  ଚିତ୍ରକୋଣ୍ଡା ବିଛିନ୍ନଞ୍ଚଳର ୯ଟି ବୁଥକୁ ଏକାଠି କରାଯାଇଛି । ସେହିପରି ନୂଆପଡା ଜିଲ୍ଲାରେ ନିର୍ବାଚନ ସୁରୁଖୁରରେ ସାରିବା ପାଇଁ ଜିଲ୍ଲା ପ୍ରାଶାସନ ବ୍ୟାପକ ବନ୍ଦୋବସ୍ତ କରିଛି ।  ମାଓ ଅଧ୍ୟୁଷିତ ଅଞ୍ଚଳର ୬୮ ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୧୦ଟି ମଡେଲ୍‌ ବୁଥ କରାଯାଇଛି । ୩୫ଟି ସମ୍ବେଦନଶୀଳ ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଛି । ଆଜି ଖରିଆରରେ ସମସ୍ତ ବୁଥ ପାଇଁ ପ୍ରିଜାଡିଂ ଅଫିସର ପହଞ୍ଚିଥିବା ବେଳେ ପୋଲିଂ ଅଫିସର ଓ ଇଭିଏମ ଗୁଡ଼ିକୁ ବୁଥକୁ ନେବାକୁ ଗାଡି ବ୍ୟବସ୍ଥା କରାଯାଇଛି । ସେପଟେ  ବ୍ରହ୍ମପୁରରେ ପ୍ରିଜାଇଡିଂ ଅଫିସରଙ୍କୁ EVM ମେସିନ୍ ସହ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ସ୍ଥାନୀୟ ଆଇଟିଆଇ ପଡିଆରୁ ନିର୍ବାଚନରେ ନିୟୋଜିତ କର୍ମଚାରୀମାନେ ବିଭିନ୍ନ ବୁଥକୁ ପଠାଯାଇଛି । ଅବାଧ ଓ ନିରପେକ୍ଷ ସହ ସୁରୁଖୁରୁରେ ନିର୍ବାଚନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

   Related Posts